ହାପି ବାର୍ଥଡେ’ ସଚିନ ତେନ୍ଦୁଲକର
୫୧ ବର୍ଷରେ ପାଦ ଦେଲେ କ୍ରିକେଟ୍ କିମ୍ବନ୍ଦନ୍ତୀ
ଡେସ୍କ: ୫୧ ବର୍ଷରେ ପାଦ ଦେଇଛନ୍ତି ଭାରତର ବ୍ୟାଟିଂ କିମ୍ବନ୍ଦନ୍ତୀ ତଥା କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର। ଆଜି ଏପ୍ରିଲ ୨୪ ବୁଧବାର ତାଙ୍କ ଜନ୍ମଦିନ। ଏଥିପାଇଁ ସଚିନଙ୍କୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି। ସୋସିଆଲ ମଡିଆରେ ବହୁ ପ୍ରଶଂସକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
୧୬ ବର୍ଷ ବୟସରେ ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବାବେଳେ ୧୯୮୯ରେ ସେ ପାକିସ୍ତାନ ବିପକ୍ଷରେ ପ୍ରଥମ ଦିନିକିଆରୁ କ୍ୟାରିୟର ଆରମ୍ଭ କରିଥିଲେ। କ୍ରିକେଟ୍ କ୍ୟାରିୟର ମଧ୍ୟରେ ସେ ଅନେକ ପାହାଚ ଚଢ଼ିବା ସହିତ ବହୁ ବିଶ୍ବ ରେକର୍ଡ ସୃଷ୍ଟି କରି ଦେଶର ନାମକୁ ସ୍ବତନ୍ତ୍ର ସ୍ଥାନରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଶତକରେ ଶତକ କରିବାରେ ସେ ହେଉଛନ୍ତି ପ୍ରଥମ କ୍ରିକେଟର। ତାଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା।
Comments are closed.