www.samajalive.in
Sunday, December 14, 2025
26.1 C
Bhubaneswar

ରାମଲୀଳା ନାଟ୍ୟ ଉତ୍ସବ, ବିଭୋର କଲା ସୀତାହାରଣ 

କଳାପଥର(ବାଙ୍କୀ ):କେନ୍ଦୁପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ପତନୀ ଗ୍ରାମର ରାମଲୀଳା ନାଟ୍ୟ ଉତ୍ସବରେ ଗ୍ରାମର ଅଭିଜ୍ଞ କଳାକାରଙ୍କ ଦ୍ଵାରା ସୀତାହରଣ ପ୍ରସଙ୍ଗ ପରିବେଷଣ କରାଯାଇଥିଲା। ପଞ୍ଚାବଟୀ ବଣରେ ପ୍ରଭୁ ଶ୍ରୀରାମ, ମାତା ସୀତା ଏବଂ ଅନୁଜ ଲକ୍ଷ୍ମଣ ପର୍ଣ୍ଣ କୁଟୀରରେ ଅବସ୍ଥାନ ଜରୁଥିବା ବେଳେ ରାବଣର ଭଉଣୀ ସୄପଣଖା ବଣ ମଧ୍ୟକୁ ଆସି ବିଵାହ ପ୍ରସ୍ତାବ ଦେବା, ସୀତାଙ୍କୁ ଭୟଭୀତ କରାଇବା ବେଳେ ଲକ୍ଷ୍ମଣଙ୍କ ଦ୍ଵାରା ତା’ର ନାସାକର୍ଣ୍ଣ ଛେଦନ କରାଯିବାର ଦୃଶ୍ୟ ଦର୍ଶକଙ୍କୁ ଚମତକୃତ କରିଥିଲା। ଲଙ୍କାଗଡ଼କୁ ଯାଇ ସୄପଣେଖା ସୀତା ହରଣ ପାଁଇ ଭାଇ ରାବଣଙ୍କୁ ପ୍ରବର୍ତ୍ତାଇବାଥିଲେ।

ମାୟାବୀ ସହାୟତାରେ ମାୟା ମୃଗର ଭ୍ରମ ଦେଖାଇ ରାବଣ ଛଦ୍ମ ବେଶରେ ସୀତାଙ୍କୁ ପୁଷ୍ପକ ବିମାନରେ ବସାଇ ଅଶୋକ ବନକୁ ଅଫହରଣ କରି ନେଇ ଯିବାର ଅପୂର୍ବ ଦୃଶ୍ୟ ଦେଖି ଶହ ଶହ ଦର୍ଶକ ଅଭିଭୁତ ହୋଇ ପଡ଼ିଥିଲେ। ଆକାଶମାର୍ଗରେ ଜଟାୟୁଙ୍କ ଦ୍ଵାରା ରାବଣର ପଥ ଅବରୋଧ ଏବଂ ଶେଷରେ ରାବଣ ଦ୍ଵାରା ନିହତ ହେବା ଦୃଶ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories