www.samajalive.in
Sunday, December 14, 2025
26.1 C
Bhubaneswar

ଚା’ ଦୋକାନୀଙ୍କୁ ନିର୍ମମ ହତ୍ୟା, ଅଧାପୋଡ଼ା ଓ କ୍ଷତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର

ଜୟପୁର: ଘର ଭିତରୁ ଚା’ ଦୋକାନୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମେଡ଼ିକାଲ ଛକର ଜଣାଶୁଣା ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଧାପୋଡ଼ା ସହ କ୍ଷତାକ୍ତ ଅବସ୍ଥାରେ ଚା’ ଦୋକାନୀଙ୍କ ମୃତଦେହକୁ ଟାଉନ ଥାନା ପୁଲିସ ଉଦ୍ଧାର କରିଛି। ପାର୍କ ଲାଇନ ନିକଟ ଏକ ଭଡ଼ାଘର ଭିତରୁ ଚା’ ଦୋକାନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।

କିଛି ଦିନ ହେବ ଚା’ଦୋକାନୀ ଜଣକ ଘରୁ ବାହାରି ନ ଥିଲେ। ଆଜି ଘରୁ ଦୁର୍ଗନ୍ଧ ହୋଇଥିଲା। ଦୁର୍ଗନ୍ଧ ହେବାରୁ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧାପୋଡ଼ା ଓ କ୍ଷତାକ୍ତ ଅବସ୍ଥାରେ ଚା’ ଦୋକାନୀଙ୍କ ମୃତଦେହ ଉଦ୍ଧାର କରିଥିଲା। ସାଇଣ୍ଟିଫିକ ଟିମ ସହ ପୁଲିସ ତଦନ୍ତ ଆରମ୍ଭ କରିଛି। ପାରିପାର୍ଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ କରି ଚା’ ଦୋକାନୀଙ୍କୁ କେହି ନିର୍ମମ ଭାବେ ହତ୍ୟା ପରେ ପୋଡ଼ି ଦେଇଥିବା ପୁଲିସ ସନ୍ଦେହ କରୁଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories