www.samajalive.in
Saturday, December 13, 2025
21.1 C
Bhubaneswar

କାଳବୈଶାଖୀ ତାଣ୍ଡବରେ ଉଡିଲା ଘରର ଆଜବେଷ୍ଟ

କଲ୍ୟାଣସିଂହପୁର : କାଳବୈଶାଖୀ ତାଣ୍ଡବରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚୟତର ସାନ ଘୋଡାଘାଟି ଗ୍ରାମର ତିନୋଟି ପରିବାରର ଘରର ଆଜବେଷ୍ଟ ଓ ଚାଳଛପର ଉଡାଇ ନେଇଥିବା ଦେଖିବାକୁ ମିଳିଛି। ଗତକାଲି ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବରେ ତିନୋଟି ଘର ଦାମ କୁଲେସିକା, ରାବାଜି ହୁଈକା ଓ ରାଜେଶ କୁଲେସିକାଙ୍କ ଘରର ଆଜବେଷ୍ଟ ଓ ଚାଳଛପର ଉଡାଇ ନେଇଛି। ଜୋରରେ ପବନ ସାଙ୍ଗକୁ ବର୍ଷା ହୋଇଥିଲା। ବର୍ଷା ପବନରେ ଛପର ଉଡେଇ ନେବା ସହ ଘରେ ସାଇତି ରଖିଥିବା ଧାନ ମାଣ୍ଡିଆ, ଚାଉଳ, ଜିନିଷପତ୍ର ସବୁ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି। ଏହି ତିନୋଟି ପରିବାର ଲୋକେ ରାତ୍ରରେ ଅନ୍ୟ ଘରେ ଆଶ୍ରୟ ନେଇଥିଲେ।

ଜଳୁଛି ରାଜଧାନୀ; ସାଢେ ୨ଟା ସୁଦ୍ଧା ଭୁବନେଶ୍ୱର ସବୁ ଠାରୁ ଉତ୍ତପ୍ତ ସହର

- Advertisement -

ଦାମ କୁଲେସିକା ଋଣ କରି ଘର ଖଣ୍ଡିଏ କରିଥିଲେ। କିନ୍ତୁ ଗତକାଲି କାଳବୈଶାଖୀର ତାଣ୍ଡବରେ ଉଡାଇ ନେଇଗଲା। ବର୍ତ୍ତମାନ ସେ କିପରି ଋଣ ପରିଷଦ କରିବେ ଏନେଇ ଚିନ୍ତାଗ୍ରସ୍ତ ହୋଇ ପଡିଛିନ୍ତି। ଏହି ବର୍ଷା ପବନ ଯୋଗୁଁ କିଛି ସ୍ଥାନରେ ଗଛ ଉପୁଡି ପଡିବା ସହ ବିଦ୍ୟୁତ୍‌ ସରବରାହ ପୁରାପୁରି ବିଛିନ୍ନ ହୋଇ ପଡିଛି। ଉକ୍ତ ଖବର ପାଇ ପୂଜାରିଗୁଡା ରାଜସ୍ୱ ନିରୀକ୍ଷକ ରାମଚନ୍ଦ୍ର ଆଚାର୍ୟ୍ୟ ଘଟଣାସ୍ଥଳରେ ପହଞ୍ଚି ଦେଖିଥିଲେ। ଉକ୍ତ ପରିବାରକୁ ପଲିଥିନ ଯୋଗାଇବା ସହ ତାଙ୍କ ନାମ ଉଲ୍ଲେଖ କରି ଆଣି ସହାୟତା ନିମନ୍ତେ ସରକାର ଜଣାଇବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories