www.samajalive.in
Saturday, December 13, 2025
26.1 C
Bhubaneswar

୩ଦିନିଆ ପାକିସ୍ତାନ ଗସ୍ତରେ ଇରାନ ରାଷ୍ଟ୍ରପତି

ଇସଲାମାବାଦ : ଇସ୍ରାଏଲ ସହିତ ଯୁଦ୍ଧ ଉତ୍ତେଜନା ଲାଗି ରହିଥିବାବେଳେ ଇରାନ ରାଷ୍ଟ୍ରପତି ଇବ୍ରାହିମ୍ ରୈସି ସୋମବାରଠାରୁ ୩ ଦିନିଆ ପାକିସ୍ତାନ ଗସ୍ତ କରିଛନ୍ତି। ରୈସିଙ୍କ ସହିତ ତାଙ୍କ ପତ୍ନୀ ଓ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ପାକିସ୍ତାନ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ଦିନରେ ଇବ୍ରାହିମ୍ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ଦୁଇ ଦେଶ ମଧ୍ୟରେ ଗ୍ୟାସ ପାଇପ୍ ଲାଇନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ଉଭୟ ଆଲୋଚନା କରିଛନ୍ତି। ଗତ ଜାନୁଆରୀରେ ଇରାନ ଓ ପାକିସ୍ତାନ ପରସ୍ପର ସାମରିକ ଘାଟି ଉପରେ ଆକ୍ରମଣ କରିଥିବାବେଳେ ଏବେ ସମ୍ପର୍କରେ ସୁଧାର ଆଣିବା ଲାଗି ଉଭୟ ଉଦ୍ୟମ କରିଛନ୍ତି। ଏହାସହିତ ଇସ୍ରାଏଲ ସହିତ ଯୁଦ୍ଧ ଉତ୍ତେଜନା ପରେ ଇରାନ ଇସଲାମିକ ରାଷ୍ଟ୍ରଗୁଡିକର ସହଯୋଗ ଯୋଗାଡ କରିବାରେ ଲାଗିଛି। କାରଣ ଇରାନ ଆକ୍ରମଣ ଉପରେ ପ୍ରତିଶୋଧ ନେବା ଲାଗି ଇସ୍ରାଏଲ ଏହାର ପୃଷ୍ଠ ଭୂମି ତିଆରି କରିବାରେ ଲାଗିଛି। ତେଣୁ ଯେ କୌଣସି ମୁହୂର୍ତ୍ତରେ ଇରାନ ଉପରେ ଇସ୍ରାଏଲ ଆକ୍ରମଣ କରିବାର ଆଶଙ୍କା ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories