www.samajalive.in
Saturday, December 13, 2025
18.1 C
Bhubaneswar

ନଟରାଜ ନୃତ୍ୟ ସଙ୍ଗୀତ ଓ ଚିତ୍ର ଉତ୍ସବ, ମୁଖ୍ୟ ଆକର୍ଷଣ ନୃତ୍ୟ ନାଟିକା ‘ସାକ୍ଷୀ ଗୋପିନାଥ’

ଫୁଲବାଣୀ: ନଟରାଜ କଳା ମନ୍ଦିର ଫୁଲବାଣୀ ଦ୍ବାରା ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ନଟରାଜ ନୃତ୍ୟ ସଙ୍ଗୀତ ଓ ଚିତ୍ର ଉତ୍ସବ ଫୁଲବାଣୀ ସହର ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ବିଶିଷ୍ଟ ନୃତ୍ୟାଙ୍ଗନା ଗୁରୁ ସିକତା ଦାସ ଉଦଘାଟନ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଲଲିତ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର ବିଜୟ କୃଷ୍ଣ ପଟ୍ଟନାୟକ, ଏଲଡିଏମ୍ ହରିକୃଷ୍ଣ ଜେନା, ବିବି ହାଇସ୍କୁଲ ପ୍ରଧାନ ଶିକ୍ଷକ ସୋମନାଥ ସାହାଣୀ, ଜାମୁଝରି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ଦାସ, ବିଶିଷ୍ଠ ନାଟ୍ୟକାର ବିଜୟ କୁମାର ସାହୁ, ଉପଦେଷ୍ଟା ଗୁରୁ ବିକ୍ରମ ସାମଲ, ସମାଜ ସେବୀ ବି. ଦେବେନ୍ଦ୍ର କୁମାର ପାତ୍ର, ସ୍ବାତିର ସମ୍ପାଦକ ଇଂ ହରିଶଙ୍କର ରାଉତ ଯୋଗଦାନ କରିଥିଲେ।

ପ୍ରଦୀପ ପ୍ରଜ୍ବଳନ ପରେ ଗୁରୁ ପୂଜା ଅନୁଷ୍ଠିତ ହୋଇଥିଲା। ଗୁରୁ ଲକ୍ଷ୍ମୀନାରାୟଣ ପୁରୋହିତଙ୍କ କଣ୍ଠ ସଙ୍ଗୀତ, ଭୁବନେଶ୍ବର ରୁ ଗୁରୁ ସମୀକ୍ଷା ଦୀକ୍ଷିତ ଙ୍କ ଏକକ ଓଡିଶୀ ନୃତ୍ୟ, ଗୁରୁ ସିକତା ଦାସଙ୍କ ଏକକ ଓଡିଶୀ ନୃତ୍ୟରେ ରାମାୟଣ କଥା ବସ୍ତୁ ବର୍ଣ୍ଣନା, ଏବଂ ନଟରାଜ କଳା ମନ୍ଦିରର ବରିଷ୍ଠ ଓ କନିଷ୍ଠ ଶିଳ୍ପୀଙ୍କ ଦଳଗତ ଓଡ଼ିଶୀ, ସମ୍ବଲପୁରୀ, ଭଜନ ଓ ଆଧୁନିକ ନୃତ୍ୟ ଦର୍ଶକଙ୍କୁ ନ୍ଧି ରଖିଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ନୃତ୍ୟ ନାଟିକା ସାକ୍ଷୀ ଗୋପିନାଥ, ଯେଉଁଥିରେ ନଟରାଜ କଳା ମନ୍ଦିରର ଗୁରୁ ବିନୋଦ ଚନ୍ଦ୍ର ସାହୁ, ବିଶିଷ୍ଟ ଚଳଚ୍ଚିତ୍ର ଓ ମଞ୍ଚ ଅଭିନେତା ତଥା ହିନ୍ଦୀ ଶିକ୍ଷକ ଯୁଧିଷ୍ଠିର ମହାନ୍ତି ଓ ବିଭୂତି ପଣ୍ଡାଙ୍କ ନିଖୁଣ ଅଭିନୟ ଏବଂ ନୃତ୍ୟାଙ୍ଗନାଙ୍କ ନୃତ୍ୟ ଦର୍ଶକଙ୍କୁ ଅବିଭୂତ କରିଥିଲା।

- Advertisement -

ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ବାରା ଗୁରୁ ସିକତା ଦାସ, ଗୁରୁ ଲକ୍ଷ୍ମୀନାରାୟଣ ପୁରୋହିତ, ଗୁରୁ ସମୀକ୍ଷା ଦୀକ୍ଷିତ, ମଞ୍ଚ ସଂଯୋଜକ ଅଶୋକ କୁମାର ମହାନ୍ତିଙ୍କୁ ନଟରାଜ କଳା ସମ୍ମାନ ପ୍ରଦାନ କରାଜାଇଥିଲା ବେଳେ ଅନୁଷ୍ଠାନର ଛଅ ବରିଷ୍ଠ ଶିଳ୍ପୀଙ୍କୁ ନଟରାଜ ପ୍ରତିଭା ସମ୍ମାନ ପ୍ରଦାନ କରାଜାଇଥିଲା। ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ପ୍ରତିଷ୍ଠାତା ବିନୋଦ ଚନ୍ଦ୍ର ସାହୁ ପରିଚାଳନା କରିଥିବାବେଳେ ଅଶୋକ କୁମାର ମହାନ୍ତି ମଞ୍ଚ ସଂଯୋଜନା କରିଥିଲେ। ଏହି ଅବସରରେ ଏକ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories