www.samajalive.in
Sunday, December 14, 2025
23.1 C
Bhubaneswar

୩୦ରୁ କେନ୍ଦୁଝର ଦେଇ ନୂଆଦିଲ୍ଲୀକୁ ଗଡ଼ିବ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ସାପ୍ତାହିକୀ ଟ୍ରେନ

କେନ୍ଦୁଝରଗଡ଼: ଚଳିତମାସ ୩୦ରୁ କେନ୍ଦୁଜର ଦେଇ ପୁରୀ-ନୂଆଦିଲ୍ଲୀ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ସାପ୍ତାହିକୀ ଟ୍ରେନ ଚଳାଚଳ ଆରମ୍ଭ କରିବା ନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଏହି ସ୍ୱତନ୍ତ୍ର ଟ୍ରେନ୍‌‌ ପୁରୀରୁ ମଙ୍ଗଳବାର ପୂର୍ବାହ୍ନ ୮ଟା ୪୫ମି.ରୁ ଯାତ୍ରାରମ୍ଭ କରି ଅପରାହ୍ନ ୧ଟା ୧୩ମି.ରେ କେନ୍ଦୁଝରଗଡ଼ ଷ୍ଟେସନରେ ପହଞ୍ଚିବା ପରେ ୧ଟା ୧୮ମି.ରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରାରମ୍ଭ କରି ବୁଧବାର ସନ୍ଧ୍ୟା ୬ଟା ୩୦ମି.ରେ ନୂଆଦିଲ୍ଲୀରେ ପହଞ୍ଚିବ। ବୁଧବାର ରାତି ୯ଟା ୩୦ମି.ରେ ପୁରୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରି ଶୁକ୍ରବାର ଅପରାହ୍ନ ୧ଟା ୩୦ମି.ରେ କେନ୍ଦୁଝରଗଡ଼ ଷ୍ଟେସନରେ ପହଞ୍ଚି ୧ଟା ୩୫ମି.ରେ ଛାଡି ରାତି ୭ଟା ୪୫ମି.ରେ ପୁରୀରେ ପହଞ୍ଚିବ ବୋଲି ଉଲ୍ଲେଖ ହୋଇଛି। ଏହି ସ୍ୱତନ୍ତ୍ର ଟ୍ରେନ ମେ ୨୬ ତାରିଖ ପର୍ଯ୍ୟନ୍ତ ମୋଟ ୯ଟ୍ରିପ୍‌‌ ଯାତ୍ରୀସେବା ଯୋଗାଇବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ପୁରୀ-ଆନନ୍ଦବିହାର ପରେ କେନ୍ଦୁଝର ଦେଇ ନୂଆଦିଲ୍ଲୀକୁ ଦ୍ୱିତୀୟ ଟ୍ରେନ ଚଳାଚଳ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜିଲାବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories