www.samajalive.in
Sunday, December 7, 2025
16.1 C
Bhubaneswar

ଆୟୁର୍ବେଦିକ ଡାକ୍ତରଖାନାକୁ ଯୋଗାଣ ହେଉ ଔଷଧ

ଭବାନୀପାଟଣା: କଳାହାଣ୍ଡି ଜିଲାରେ ୨୦ ଟି ଆୟୁର୍ବେଦିକ ଡାକ୍ତରଖାନା ରହିଛି।  କମର୍ଧା ଭଳି ୩ ଟି ଡାକ୍ତରଖାନା ବ୍ୟତୀତ ଅନ୍ୟସବୁ ୧୭ ଡାକ୍ତରଖାନାରେ ଡାକ୍ତର ଅଛନ୍ତି।  କଳାହାଣ୍ଡି ନୂଆପଡ଼ା ଜିଲା ପାଇଁ ଏଠାରେ ଥିବା ଇନ୍ସପେକ୍ଟରଙ୍କ ଅଫିସରେ କର୍ମଚାରୀ ଅଭାବ ରହିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଜିଲାର ଆୟୁର୍ବେଦିକ ଡାକ୍ତରଖାନା ଗୁଡିକରେ ଡାକ୍ତର ଅଛନ୍ତି, କିନ୍ତୁ ଔଷଧ ନାହିଁ। ଗତବର୍ଷ ଥରୁଟିଏ ମାତ୍ର ଭୁବନେଶ୍ୱରରୁ ଔଷଧ ଆସିଥିଲା। ତା’ପରେ ଆଉ ରାଜ୍ୟ ଆୟୁର୍ବେଦିକ ନିର୍ଦ୍ଦେଶାଳୟର କଳାହାଣ୍ଡି ରୋଗୀଙ୍କ ପାଇଁ ଆନ୍ତରିକତା ନାହିଁ। ଏଣୁ ବର୍ଷେରୁ ଉର୍ଦ୍ଧ୍ବ ସମୟ ଧରି ଜିଲାର ଡାକ୍ତରଖାନା ଗୁଡ଼ିକୁ ଔଷଧ ଯୋଗାଣ ହେଉନାହିଁ। ଯାହାବି ଔଷଧ ଆସିଛି ତାହା ସମୁଦ୍ରକୁ ସଂଖେ ଭଳି ରହିଛି।

ଫଳରେ ଡାକ୍ତର ଲେଖୁଥିବା ଔଷଧ ଲୋକେ ଦୋକାନରୁ କିଣିବାକୁ ବାଧ୍ୟ ହେଉଛନ୍ତି। ଏନେଇ ବିଭାଗୀୟ ଇନ୍ସପେକ୍ଟର ଡାକ୍ତର ସରୋଜ କୁମାର ମିଶ୍ରଙ୍କୁ ପଚାରିବାରୁ ଔଷଧ ଯୋଗାଣ ନହେବା ବିଷୟରେ ଅସହାୟତା ପ୍ରକାଶ କରିଥିଲେ। ଜିଲାରେ ଆୟୁର୍ବେଦିକ ଡାକ୍ତରଖାନାର ଭିତ୍ତିଭୂମି ରେ ଯଥେଷ୍ଟ ଉନ୍ନତି ଘଟିଛି। ହେଲେ ଔଷଧ ଗୁଡ଼ିକ ଭୁବନେଶ୍ୱରରୁ ପଠାନଯିବା କାରଣ ସଂକ୍ରାନ୍ତରେ ସେ କିଛି କହିନଥିଲେ। ଅନ୍ୟପକ୍ଷରେ ଲାଞ୍ଜିଗଡ ବ୍ଲକ୍ ଧଡେଲ ଗାଁରେ ଥିବା ଆୟୂର୍ବେଦିକ ଡାକ୍ତରଖାନା ବନ୍ଦ ରହିଛି। ଜଙ୍ଗଲ , ଘାଟି ଅଞ୍ଚଳ ଲୋକେ ଆୟୁର୍ବେଦିକ ଔଷଧ ଉପରେ ଯଥେଷ୍ଟ ବିଶ୍ୱାସ କରନ୍ତି। ଅଥଚ ବେନଗାଁ ନିକଟରେ ଥିବା ଧଡେଲ ଗାଁ ରେ ପ୍ରାୟ ୫ ବର୍ଷ ତଳେ ଏକ ଆୟୁର୍ବେଦିକ ଡାକ୍ତରଖାନା ଗୃହ ନିର୍ମାଣ ସରିଛି।

- Advertisement -

ଉଲ୍ଲେଖଯୋଗ୍ୟ ଯେ ଲାଞ୍ଜିଗଡ ବ୍ଲକ୍ ର ଘାଟି ଅଞ୍ଚଳ ଭାବେ ପରିଚିତ ମୁଶାନାଲରୁ ବିଜେପୁର ମଧ୍ୟରେ କେନାଲ ବେନଗାଁ ଡାକ୍ତରଖାନା ରହିଛି। ଜଣେ ଡାକ୍ତରଙ୍କ ଦ୍ଵାରା ଏହି ଡାକ୍ତରଖାନା ପରିଚାଳିତ। ବଙ୍କାକୁଣ୍ଡ୍ରୁରେ ଥିବା ଏକ  ଦାତବ୍ୟ ଅନୁଷ୍ଠାନର ଡାକ୍ତରଖାନାରେ ମାଲିଯୁବାଙ୍ଗ, ପାହାଡପଦର୍ ସମେତ ଆହୁରି ୨୦ ଖଣ୍ଡ ଗାଁ ଲୋକେ ନିର୍ଭରଶୀଳ। ହେଲେ ଘାଟି ଅଞ୍ଚଳ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ନିର୍ମିତ ଧଡେଲ ଆୟୁର୍ବେଦିକ ଡାକ୍ତରଖାନା ଏଯାଏଁ କାର୍ଯ୍ୟକ୍ଷମ ହେଇପାରିଲା ନାହିଁ। ଏଣୁ ଧଡେଲ ଆୟୁର୍ବେଦିକ ଡାକ୍ତରଖାନାକୁ କାର୍ଯ୍ୟକ୍ଷମ କରିବା ସହିତ ଜିଲାକୁ ଆୟୁର୍ବେଦିକ ଆବଶ୍ୟକ ଅନୁପାତରେ ଔଷଧ ଯୋଗାଣ ପାଇଁ ଦାବି ହେଉଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories