ଆଉ ରହିବନି ଅନଲାଇନ୍ ଚିନ୍ତା, ଏଣିକି ବିନା ଇଣ୍ଟରନେଟରେ ୟୁପିଆଇ ପେମେଣ୍ଟ

ନୂଆଦିଲ୍ଲୀ : ଅନେକ ସମୟରେ ଦେଖାଯାଏ କି ଆପଣ ବାହାରେ କେଉଁଠି ହୋଟେଲରେ ଖାଇବେ । ଖାଇସାରିବା ପରେ ପଇସା ଦେବାବେଳକୁ ମନେପଡିବ ଯେ ଆପଣ ପର୍ସ ଆଣିନାହାଁନ୍ତି । ଏହା ପରେ ଆପଣ ଚିନ୍ତା କରିବେ କି ଫୋନ୍ ପେ ବା ଗୁଗଲ ପେ ମାଧ୍ୟମରେ ପୈଠ କରିଦେବେ । କିନ୍ତୁ ଠିକ୍ ଏହି ସମୟରେ ଆପଣ ଦେଖିବେ ଯେ ଇଣ୍ଟରନେଟ୍ ନଥିବା ଯୋଗୁଁ ପଇସା ପଠାଇ ହେଉନି । ଏବେ ଆପଣ କଣ କରିବେ ? ଚିନ୍ତା କରନ୍ତୁନି । ଏଣିକି ଆପଣ ବିନା ଇଣ୍ଟରନେଟରେ ମଧ୍ୟ ପୈଠ କରିପାରିବେ । ଫିଚର ଫୋନ୍ ଏବଂ ସ୍ମାର୍ଟଫୋନ୍ ଉପଭୋକ୍ତା ଉଭୟ ବିନା ଇଣ୍ଟରନେଟରେ ୟୁପିଆଇ ପେମେଣ୍ଟ କରିପାରିବେ ।

୧୮ହଜାରର ସାମସଙ୍ଗ ସ୍ମାର୍ଟ ଫୋନ୍‌‌ ଏବେ ୧୨ହଜାରରେ: ପ୍ରବଳ ମାତ୍ରାରେ ହେଉଛି ବିକ୍ରି

ୟୁପିଆଇ ପେମେଣ୍ଟ ପ୍ଲାଟଫର୍ମ ଫୋନପେ ଏବଂ ଗୁଗଲ ପେ ଭଳି ପ୍ଲାଟଫର୍ମ ୟୁପିଆଇ ଲାଇଟର ସୁବିଧା ଦେଇଥାଏ । ଏହା ଏକ ଭଳି ଓ୍ବାଲେଟ୍ ସେବା ଯେଉଁଥିରେ ଆପଣ ବିନା ପିନ୍ ଦେଇ ମଧ୍ୟ ପୈଠ କରିପାରିବେ । ଯଦି ଆପଣଙ୍କ ବ୍ୟାଙ୍କିଂ ସେବା କାମ କରୁନି ତେବେ ସେହି ସମୟରେ ମଧ୍ୟ ୟୁପିଆଇ ଲାଇଟରୁ ଆପଣ ପୈଠ କରିପାରିବେ । ଏହା ସହିତ ଏହି ସେବା ସମୟରେ ଆପଣଙ୍କ ପିନ୍ ଦେବାକୁ ମଧ୍ୟ ପଡିବନି । ତେବେ ଯଦି ଆପଣ ଭୁଲରେ ଅଧିକ ଆମାଉଣ୍ଟ ଦେଉଛନ୍ତି ତେବେ ସେହି ପଇସା କଟିଯିବ । କିନ୍ତୁ ପିନ୍ ସୁବିଧା ଥିଲେ ଆପଣ ଏହି ରାଶିକୁ କମ୍ ବା ଅଧିକ କରିପାରିଥାନ୍ତେ ।

ବିନା ଇଣ୍ଟରନେଟ ଅନଲାଇନ ପୈଠ

ଫୋନର ଡାଏଲରରେ ବିଶେଷ କୋଡ୍ *୯୯# ଡାଏଲ କରି ଅନଲାଇନ୍ ପଇସା ପଠାଇପାରିବେ । ଉପଭୋକ୍ତା ୟୁଏସଏସଡି ସେବା ବ୍ୟବହାର କରି ଇଣ୍ଟରନେଟ୍ ସେବା ବ୍ୟବହାର କରିପାରିବେ ।

ଏମିତି କରନ୍ତୁ ୟୁପିଆଇ ପୈଠ

ଆପଣ ୟୁପିଆଇ ୧୨୩ ପେର ତୁରନ୍ତ ପୈଠ ସୁବିଧା ଅନୁସାରେ ଇଣ୍ଟରନେଟ୍ ବିନା ମଧ୍ୟ ପୈଠ କରିପାରିବେ । ଏହା ସହିତ ଆପଣ ଇଣ୍ଟରଆକ୍ଟିଭ୍ ଭଏସ୍ ରେସପନ୍ସ ଏବଂ ୟୁପିଆଇ ୧୨୩ ପେରେ ମିସ୍ଡ କଲେ ଜରିଆରେ ମଧ୍ୟ ପଇସା ଟ୍ରାନ୍ସଫର କରିପାରିବେ ।

Comments are closed.