www.samajalive.in
Saturday, December 6, 2025
16.1 C
Bhubaneswar

ଭୋଟିଂ ପରେ ବିଜେପି ପ୍ରାର୍ଥୀଙ୍କ ଦେହାନ୍ତ; ଯଦି ଜିତିଲେ ତେବେ କ’ଣ ହେବ ?

ମୁରାଦାବାଦ: ଉତ୍ତରପ୍ରଦେଶ ମୁରାଦାବାଦର ବିଜେପି ପ୍ରାର୍ଥୀ କୁଁଓ୍ବର ସର୍ବେଶ ସିଂହଙ୍କ ପରଲୋକ ଘଟିଛି। ଏଭଳି ସମୟରେ ତାଙ୍କ ବିୟୋଗ ମୁରାଦାବାଦ ବିଜେପିରୁ ଶକ୍ତ ଝଟ୍‌କା ଦେବାସହ ଦଳରେ ଶୋକର ଛାୟା ଖେଳିଯାଇଛି। ମୁରାଦାବାଦରେ ଶୁକ୍ରବାର ମତଦାନ ହୋଇଥିବାବେଳେ ସର୍ବେଶ ସିଂହ ମଧ୍ୟ ଭୋଟ୍‌ ଦେଇଥିଲେ। ସୂଚନା ଅନୁସାରେ, ସର୍ବେଶ ସିଂହ କିଛି ଦିନ ହେବ ଅସୁସ୍ଥ ଥିଲେ ଏବଂ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା। ସେଠାରେ ଶନିବାର ହୃଦଘାତରେ ତାଙ୍କର ପରଲୋକ ଘଟିଥିବା କୁହାଯାଉଛି। ତେବେ ସର୍ବେଶ ସିଂହଙ୍କ ଦେହାନ୍ତ ପରେ ସେଠାରେ ରାଜନୈତିକ ହଲ୍‌ଚଲ୍‌ ଦେଖାଦେଇଛି। ମୁରାଦାବାଦ ଲୋକସଭା ଆସନରେ ବର୍ତ୍ତମାନ କ’ଣ ହେବ ସେନେଇ ପ୍ରଶ୍ନବାଚୀ ଉଙ୍କି ମାରୁଛି। ସୂଚନାଯୋଗ୍ୟ, କୁଁଓ୍ବର ସର୍ବେଶ ସିଂହ ୨୦୧୪ରେ ମୁରାଦାବାଦରୁ ନିର୍ବାଚନ ଜିତି ଦିଲ୍ଲୀ ପହଞ୍ଚିଥିଲେ। କିନ୍ତୁ ୨୦୧୯ରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ତେବେ ଚଳିତ ନିର୍ବାଚନରେ ତୃତୀୟ ଥର ପାଇଁ ଭାରତୀୟ ଜନତା ପାର୍ଟି ତାଙ୍କୁ ଟିକେଟ୍‌ ଦେଇଥିଲା।

ଶୁକ୍ରବାର ଅର୍ଥାତ୍ ଏପ୍ରିଲ ୧୯ରେ ମୁରାଦାବାଦରେ ଭୋଟିଂ ହୋଇଥିଲା। ଏଠାରେ ସମାଜବାଦୀ ପାର୍ଟିରୁ ରୁଚି ଭୀରା ଓ ବିଜେପି ପକ୍ଷରୁ କୁଁଓ୍ବର ସର୍ବେଶ ସିଂହ ମଇଦାନକୁ ଓହ୍ଲାଇଥିଲେ। ସର୍ବେଶ ସିଂହଙ୍କ ଦେହାନ୍ତ ପରେ ଏବେ ପ୍ରଶ୍ନ ଉଠୁଛି ଯେ, ମୁରାଦାବାଦ ଲୋକସଭା ଆସନରେ କ’ଣ ହେବ? ନିର୍ବାଚନ ଆୟୋଗ ନିୟମ ଅନୁଯାୟୀ, ଯଦି ଭୋଟ୍ ଗ୍ରହଣ ପରେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟୁଛି, ତେବେ ନିର୍ବାଚନ ଆୟୋଗ ନିର୍ବାଚନ ଫଳାଫଳ ପର୍ଯ୍ୟନ୍ତ ଅପେକ୍ଷା କରିଥା’ନ୍ତି। ଯଦି ମୃତ ପ୍ରାର୍ଥୀ ଜଣକ ନିର୍ବାଚନରେ ​​ଜିତନ୍ତି, ତେବେ ନିର୍ବାଚନ ଆୟୋଗ ନିର୍ବାଚନକୁ ରଦ୍ଦ କରି ସେଠାରେ ପୁନଃ ମତଦାନ କରିଥା’ନ୍ତି। ଅପରପକ୍ଷେ, ଯଦି ମୃତ ପ୍ରାର୍ଥୀ ନିର୍ବାଚନରେ ହାରିଯାଆନ୍ତି, ତେବେ ଯେଉଁ ପ୍ରାର୍ଥୀ ଜିତିଥିବେ ତାଙ୍କୁ ହିଁ ବିଜେତା ଘୋଷଣା କରାଯାଇଥାଏ।

- Advertisement -

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories