www.samajalive.in
Wednesday, December 10, 2025
14.1 C
Bhubaneswar

ରାମଦେବଙ୍କୁ ସୁପ୍ରିମ୍‌ ଝଟ୍‌କା; ଯୋଗ ଶିବିର ପାଇଁ ଦେବାକୁ ପଡ଼ିବ ସେବା କର

ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ସୁପ୍ରମିକୋର୍ଟ ତାଙ୍କୁ ଯୋଗ ଶିବିର ପାଇଁ ସେବା କର ଦେବାକୁ କହିଛନ୍ତି। ସୂଚନାନୁସାରେ ଶୁକ୍ରବାର ସୁପ୍ରିମକୋର୍ଟ ସେବା କର ଅପିଲ ଟ୍ରିବ୍ୟୁନାଲ (ସିଇଏସଟିଏଟି)ର ନିଷ୍ପତ୍ତିକୁ ବଳବତ୍ତର ରଖିଛନ୍ତି। ଯେଉଁଥିରେ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟର ଉଭୟ ଆବାସିକ ଏବଂ ଅଣ-ଆବାସିକ ଯୋଗ ଶିବିର ଆୟୋଜନ ପାଇଁ ନିଆଯାଉଥିବା ପ୍ରବେଶ ଶୁଳ୍କ ଉପରେ ସେବା କର ଭରିବାକୁ ପଡ଼ିବ ବୋଲି କୁହାଯାଇଥିଲା। ଜଷ୍ଟିସ ଅଭୟ ଏସ ଓକା ଏବଂ ଜଷ୍ଟିସ ଉଜ୍ଜ୍ବଲ ଭୂୟାଁଙ୍କ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ, ଟ୍ରିବ୍ୟୁନାଲ ଠିକ୍‌ ନିଷ୍ପତ୍ତି ନେଇଛନ୍ତି। ଟ୍ରିବ୍ୟୁନାଲର ଆଦେଶରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ। ତେଣୁ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟର ଆବେଦନକୁ ଖାରଜ କରାଯାଉଛି।

ଏଥିସହ କଷ୍ଟମ୍ସ, କଷ୍ଟମ୍ସ ଏକ୍ସାଇଜ୍ ଆଣ୍ଡ ସର୍ଭିସ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲ(ସିଇଏସଟିଏଟି)ର ଆହ୍ଲାବାଦ ବେଞ୍ଚଙ୍କ ଅକ୍ଟୋବର ୫, ୨୦୨୩ ଆଦେଶରେ ହସ୍ତକ୍ଷେପ କରିବାକୁ କୋର୍ଟ ମନା କରି ଦେଇଛନ୍ତି। ସିଇଏସଟିଏଟିର କହିବାକଥା, ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଯୋଗ ଶିବିର – ଯାହା ଅଂଶଗ୍ରହଣ ପାଇଁ ଏକ ଦେୟ ଆଦାୟ କରେ, ଏହା “ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ସେବା” ବର୍ଗରେ ଆସୁଛି ଏବଂ ଏହା ଉପରେ ସେବା କର ଦେବାକୁ ପଡ଼ିବ। ଅକ୍ଟୋବର ୨୦୦୬ରୁ ମାର୍ଚ୍ଚ ୨୦୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ଶିବିର ପାଇଁ ଜରିମାନା ଏବଂ ସୁଧ ସମେତ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟକୁ ପ୍ରାୟ ୪.୫ କୋଟି ଟଙ୍କା ଦେବାକୁ କୁହାଯାଇଛି।

‘ଜୁନ୍ ୨୦୨୪’ ୟୁଜିସି ନେଟ୍ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ

- Advertisement -


ସିଇଏସଟିଏଟି କହିଛି, ଏହି ଶିବିରଗୁଡ଼ିକରେ ଯୋଗ ଏବଂ ଧ୍ୟାନ ଶିକ୍ଷା କୌଣସି ଜଣେ ବ୍ୟକ୍ତିଙ୍କୁ ନୁହେଁ, ବରଂ ସମଗ୍ର ସଭାକୁ ଏକସଙ୍ଗେ ଦିଆଯାଇଥାଏ। କୌଣସି ବ୍ୟକ୍ତିର ନିର୍ଦ୍ଦିଷ୍ଟ ରୋଗ/ଅଭିଯୋଗର ନିରାକରଣ କିମ୍ବା ଚିକିତ୍ସା ପାଇଁ କୌଣସି ପ୍ରେସକ୍ରିପସନ୍ ଲେଖାଯାଇ ନାହିଁ। ଟ୍ରଷ୍ଟ ପ୍ରବେଶ ଶୁଳ୍କକୁ ଦାନ ରୂପରେ ସଂଗ୍ରହ କରିଛି। ସେମାନେ ବିଭିନ୍ନ ନାମର ତଥା ବିଭିନ୍ନ ବର୍ଗର ପ୍ରବେଶ ଟିକେଟ୍ କରିଥିଲେ। ଟିକେଟ୍ ଧାରକଙ୍କୁ ଟିକେଟ୍ ମୂଲ୍ୟ ଆଧାରରେ ଭିନ୍ନ ଭିନ୍ନ ସୁବିଧା ଦିଆଯାଇଥିଲା। ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ଦ୍ବାରା ଆୟୋଜିତ ଯୋଗ ଶିବିରଗୁଡିକ ଫି ଆଦାୟ କରୁଥିବା ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ସେବା ବର୍ଗରେ ଆସୁଛି ଏବଂ ଏହା ଉପରେ ସେବା କର ଦେବାକୁ ପଡ଼ିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories