BJD Bijuli 480×75 Mob

ସ୍କାଉଟ ଗାଇଡ୍ ପକ୍ଷରୁ ଜଳଦାନ କେନ୍ଦ୍ର

BJD Bijuli 480×75 Mob

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ଯୋରନ୍ଦାସ୍ଥିତ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠର ସ୍କାଉଟ୍ ଓ ଗାଇଡ୍ ପକ୍ଷରୁ ଏକ ଜଳଦାନ କେନ୍ଦ୍ର ମାଧ୍ୟମରେ ତୃଷାର୍ତ୍ତ ପଥଚାରୀଙ୍କୁ ଦହିପାଣି ବଣ୍ଟନ କରାଯାଇଛି। ପୁରୁଣା କଟକ-ସମ୍ବଲପୁର ରାସ୍ତାର କରିକୋଲ ଛକଠାରେ ସ୍ଥାପିତ ଏହି ଜଳଦାନ କେନ୍ଦ୍ରକୁ ଭାରତ ସ୍କାଉଟ୍ସ ଅଧିନ ଦୁଃସାହସିକ କମିଟିର ରାଜ୍ୟ ଅଧ୍ୟକ୍ଷ ସ୍ୱାଧୀନ ପଣ୍ଡା ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମଧୁଲିତା ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍କୁଲର ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦେଇ ଉକ୍ତ ବ୍ୟସ୍ତବହୁଳ ମୁଖ୍ୟ ରାସ୍ତାରେ ପ୍ରଚଣ୍ଡ ରୌଦ୍ରତାପ ମଧ୍ୟରେ ଯାତାୟାତ କରୁଥିବା ଶତାଧିକ ବାଟୋଇଙ୍କୁ ଦହି ସରବତ ଓ ଥଣ୍ଡା ପାଣି ବଣ୍ଟନ କରିଥିଲେ।

Comments are closed.