www.samajalive.in
Saturday, December 13, 2025
26.1 C
Bhubaneswar

ସଲମାନ ଖାନଙ୍କୁ ସୁରକ୍ଷା ପ୍ରତିଶ୍ରୁତି ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଭେଟିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକାନଥ ସିନ୍ଦେ। ସଲମାନଙ୍କ ଘର ବାହାରେ ଗୁଳିକାଣ୍ଡ ଘଟଣା ପରେ ତାଙ୍କ ଘରେ ଭେଟିଛନ୍ତି ସିନ୍ଦେ। ଏହି ଅବସରରେ ଏକନାଥ ସିନ୍ଦେ କହିଛନ୍ତି ଯେ ମହାରାଷ୍ଟ୍ର ସରକାର ସଲମାନ ଏବଂ ତାଙ୍କ ପରିବାର ସହ ରହିଛନ୍ତି। ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାସହିତ ସିନ୍ଦେ କହିଛନ୍ତି ମୁମ୍ବଇରେ ଦାଦାଗିରି ଚାଲିବ ନାହିଁ। ଖୁବଶୀଘ୍ର ଲରେନ୍ସ ବିଷ୍ଣୋୟୀ ଏବଂ ତାର ଗ୍ୟାଙ୍ଗକୁ ମୂଳପୋଛ କରାଯିବ ବୋଲି କହିଛନ୍ତି। ସଲମାନଙ୍କ ଘର ବାହାରେ ଗୁଳି ଫୁଟାଇଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉଭୟ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ହୋଇଥିବା ଜଣାପଡିଛି। ଜେଲରେ ରହି ମଧ୍ୟ ନିଜର ଅପରାଧିକ କାର୍ଯ୍ୟକଳାପ ଜାରି ରଖି ୭୦୦ ସୁଟରଙ୍କୁ ନେଇ ଗ୍ୟାଙ୍ଗ ଚଳାଉଥିବା କୁହାଯାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories