www.samajalive.in
Saturday, December 13, 2025
26.1 C
Bhubaneswar

ଅଗ୍ନିଶମ ସେବା ଓ ସଚେତନତା ସପ୍ତାହ

ଫୁଲବାଣୀ: ସାରା ରାଜ୍ୟରେ ଅଗ୍ନିଶମ ବାହିନୀ ଦ୍ୱାରା ଅଗ୍ନିଶମ ସେବା ଓ ସଚେତନତା ସପ୍ତାହ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଫିରିଙ୍ଗିଆ ଅଗ୍ନିଶମ କାର୍ଯ୍ୟାଳୟ ତରଫରୁ ମଧ୍ୟ ଏହି ଅଗ୍ନିଶମ ସେବା ସପ୍ତାହ ପାଳିତ ହୋଇଯାଇଛି। ବିଭାଗର ମୁଖ୍ୟ ଆଗ୍ନିକ ସରୋଜ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍ଥାନରେ ଲାଗୁଥିବା ନିଆଁକୁ କିଭଳି ଭାବରେ ଆୟତ୍ତ କରାଯାଇପାରିବ ଓ ଅଗ୍ନିଶମ ବିଭାଗ ଦ୍ୱାରା ସାଧାରଣ ଲୋକଙ୍କ ପାଇଁ କିଭଳି ସେବା ଯୋଗାଇ ଦିଆଯାଉଛି ସେନେଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଲୋକଙ୍କୁ ସଚେତନ କରିଥିଲେ। ସହରର ମୁଖ୍ୟ ବଜାରଠାରୁ ଆରମ୍ଭ କରି ସ୍କୁଲ କଲେଜମାନଙ୍କରେ ସଚେତନତା କାର୍ଯ୍ୟକ୍ରମ କରିବା ସହ ବିଭାଗ ଦ୍ୱାରା ଜାରି କରାଯାଇଥିବା ପ୍ରଚାର ପତ୍ର ବାଣ୍ଟିଥିଲେ। ଏହି ପରିପ୍ରେକ୍ଷୀରେ ଫିରିଙ୍ଗିଆ ଡିଣ୍ଡିରା ଗାଁଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଭାଗ ତରଫରୁ ଏକ ମକଡ୍ରିଲ ବା ନିଆଁକୁ କିଭଳି ଆୟତ୍ତ କରାଯାଇ ପାରିବ ସେନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକଶିକ୍ଷୟିତ୍ରୀ ସାମିଲ ହୋଇଥିବାବେଳେ ବିଭାଗର ହାବିଲଦାର ବିଜୟନନ୍ଦ ଭୋଳ, ଆଗ୍ନିକ ଦିଲ୍ଲୀପ ମହାରଣା, ଲକ୍ଷ୍ମୀଧର ସାହୁ, ନିରଞ୍ଜନ ବେହେରା, ଧନେଶ୍ୱର ବେହେରା, ରାମକୃଷ୍ଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଉପାୟରେ ନିଆଁ ଲିଭାଇବାର କୌଶଳ ସହ ଦୁର୍ଘଟଣା ସ୍ଥଳରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ କିଭଳି ଭାବରେ ଉଦ୍ଧାର କରାଯାଏ ସେ ବିଷୟରେ ମକଡ୍ରିଲ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories