ସବୁଠୁ ବଡ ବ୍ଲାକ ହୋଲ୍ ଠାବ, ଆକାର ସୂର୍ଯ୍ୟର ୩୩ ଗୁଣା
ନୂଆଦିଲ୍ଲୀ : ମହାକାଶ ଅଧ୍ୟୟନରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ବୈଜ୍ଞାନିକଙ୍କୁ ଆକାଶଗଙ୍ଗାରେ ଏମିତି ଏକ କୃଷ୍ଣ ଗର୍ତ୍ତ(ବ୍ଲାକ ହୋଲ୍) ମିଳିଛି ଯାହା ସୂର୍ଯ୍ୟଠୁ ମଧ୍ୟ ୩୩ ଗୁଣ ବଡ । ଏହି ସମ୍ବନ୍ଧରେ ନିକଟରେ ଏକ ଅଧ୍ୟୟନରେ ଜଣାପଡିଛି । ଏହି କୃଷ୍ଣ ଗର୍ତ୍ତର ନାଁ Gaia BH3 ରଖାଯାଇଛି । ପ୍ୟାରିସର ଅବର୍ଜଭଟେରୀ ସ୍ଥିତ ନ୍ୟାସନାଲ୍ ସେଣ୍ଟର ଫର୍ ସାଇଣ୍ଟିଫିକ୍ ରିସର୍ଚ୍ଚର ମହାକାଶ ଗବେଷକ Pasquale Panuzzo ଏନେଇ ଏଏଫପିକୁ ଜଣାଇଛନ୍ତି କି ଏହି କୃଷ୍ଣ ଗର୍ତ୍ତର ସନ୍ଧାନ ଅଜାଣତରେ ହୋଇଛି ।
ପ୍ରଭୁ ରାମଲାଲାଙ୍କର ସୂର୍ଯ୍ୟତିଳକ : ହେଉଛି ୯ଟି ଶୁଭ ଯୋଗ ସହ ଗ୍ରହଙ୍କ ଅଦ୍ଭୁତ ସଂଯୋଗ..
ଗ୍ରାଉଣ୍ଡ ଟେଲିସ୍କୋପ ସାହାଯ୍ୟରେ ଏହାର ଅଧ୍ୟୟନ କରାଯାଇଛି । ଏଥିରେ ସ୍ପଷ୍ଟ ହୋଇଛି କି ଏହି କୃଷ୍ଣ ଗର୍ତ୍ତ ପୂର୍ବରୁ ସାମ୍ନାକୁ ଆସିଥିବା ଅନେକ କୃଷ୍ଣ ଗର୍ତ୍ତଠୁ ବହୁତ ବଡ । ଗବେଷକ ଏନେଇ କହିଛନ୍ତି କି କେହି କଳ୍ପନା ମଧ୍ୟ କରିପାରିବେନି କି ଏତେ ବଡ କୃଷ୍ଣ ଗର୍ତ୍ତ ଆମର ଏତେ ନିକଟରେ ଅଛି । ଏମିତି ଦୃଶ୍ୟ କେବେବି ଅଧ୍ୟୟନ ସମୟରେ ଦେଖିବାକୁ ମିଳିନଥିଲା । ଏତେ ବଡ କୃଷ୍ଣ ଗର୍ତ୍ତ ସୃଷ୍ଟି ହେବାର କାରଣ ଏବେ ବି ଏକ ରହସ୍ୟ ।
Comments are closed.