www.samajalive.in
Saturday, December 13, 2025
26.1 C
Bhubaneswar

ବନ୍ୟା ପ୍ରଭାବ: ଭାରତ-ଦୁବାଇ ମଧ୍ୟରେ ୨୮ ବିମାନ ବାତିଲ୍‌

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବେହାଲ ହୋଇପଡ଼ିଛି ଦୁବାଇ। ରେକର୍ଡ ବୃଷ୍ଟିପାତ ଯୋଗୁ ବିମାନ ଉଡ଼ାଣରେ ବିଳମ୍ବ ଏବଂ ଗତିପଥ ପରିବର୍ତ୍ତନ ହେବାସହ କାରଗୁଡିକ ରାସ୍ତାରେ ଭାସୁଥିବା ଦେଖିବାକୁ ମିଳିଛି। ଅତି ଆବଶ୍ୟକ ନଥିଲେ ଦୁବାଇ ବିମାନବନ୍ଦରକୁ ନ ଆସିବାକୁ ଯାତ୍ରୀମାନଙ୍କୁ ଚେତାବନୀ ଦିଆଯାଇଛି। ଏନେଇ ଦୁବାଇ ବିମାନବନ୍ଦର ମୁଖପାତ୍ର କହିଛନ୍ତି, ‘‘ଲଗାତର ଭାବେ ବିମାନଗୁଡ଼ିକ ବିଳମ୍ବ ଏବଂ ଗତିପଥ ପରିବର୍ତ୍ତନ ହେଉଛି। ଅତ୍ୟନ୍ତ ଆହ୍ବାନମୂଳକ ପରିସ୍ଥିତିରେ ଯଥାଶୀଘ୍ର ଅପରେସନ୍ ସ୍ଵାଭାବିକ କରିବା ପାଇଁ ଆମେ କଠିନ ପରିଶ୍ରମ କରୁଛୁ।” ଉଭୟ ଦୁବାଇ ଅଭିମୁଖେ ଆସିବାକୁ ଥିବା ଏବଂ ଦୁବାଇରୁ ଉଡ଼ାଣ ଭରିବାକୁ ଥିବା ୫୦୦ରୁ ଊର୍ଦ୍ଧ୍ବ ବିମାନ ବାତିଲ, ଗତିପତ ପରିବର୍ତ୍ତନ କିମ୍ବା ବିଳମ୍ବ ହୋଇଛି। ଭାରତୀୟ ବିମାନ ଚଳାଚଳ କର୍ତ୍ତୃପକ୍ଷ ଦୁବାଇ ଅଭିମୁଖେ ଯାଉଥିବା ପ୍ରାୟ ୧୫ଟି ବିମାନକୁ ବାତିଲ କରିଥିବାବେଳେ ଭାରତକୁ ଆସିବାକୁ ଥିବା ୧୩ଟି ବିମାନ ବାତିଲ କରାଯାଇଛି।

ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଉଦାହରଣ ୮୫ ବର୍ଷୀୟ ଖଲିଲ୍‌; ୫୦ ବର୍ଷ ହେଲା ତିଆରି କରୁଛନ୍ତି ମହାବୀର ପତାକା


ଦୁବାଇର ଫ୍ଲାଗସିପ୍ ଏମିରେଟ୍ସ ଏୟାରଲାଇନ୍ସ କହିଛି ଯେ, ‘‘ଦୁବାଇରେ ଖରାପ ପାଗ ଯୋଗୁ ଯାତ୍ରା ବିଶୃଙ୍ଖଳା ସୃଷ୍ଟି ହୋଇଥିବାରୁ ଯାତ୍ରୀମାନଙ୍କ ପାଇଁ ସମସ୍ତ ଚେକ୍ ଇନ୍ ବନ୍ଦ କରାଯାଇଛି। ସମସ୍ତ ନିର୍ଦ୍ଧାରିତ କାର୍ଯ୍ୟକୁ ସ୍ଵାଭାବିକ କରିବା ପାଇଁ ଏମିରେଟ୍ସ କଠିନ ପରିଶ୍ରମ କରୁଛି ଏବଂ ପ୍ରଭାବିତ ଯାତ୍ରୀମାନଙ୍କୁ ଆମ ଦଳ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବ।’’

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories