www.samajalive.in
Sunday, December 14, 2025
15.1 C
Bhubaneswar

ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଉଦାହରଣ ୮୫ ବର୍ଷୀୟ ଖଲିଲ୍‌; ୫୦ ବର୍ଷ ହେଲା ତିଆରି କରୁଛନ୍ତି ମହାବୀର ପତାକା

କୋଡର୍‌ମା: ରାମ ନବମୀକୁ ନେଇ ସାର ଦେଶରେ ଭକ୍ତିମୟ ବାତାବରଣ ଦେଖାଦେଇଛି। ପ୍ରତ୍ୟେକ ଅଞ୍ଚଳକୁ ମହାବୀର ପତାକାରେ ସୁସଜ୍ଜିତ କରାଯାଇଛି। ଛକ, ବଜାର ଏବଂ ମୁଖ୍ୟ ରାସ୍ତାରେ ବିଭିନ୍ନ ଆଖଡ଼ା ସମିତି ଏବଂ ରାମ ନବମୀ ସମିତି ଦ୍ୱାରା ଆକର୍ଷଣୀୟ ସାଜସଜ୍ଜା କରାଯାଇଛି। ଏସବୁ ମଧ୍ୟରେ ୫୦ ବର୍ଷ ଧରି ରାମ ନବମୀ ପାଇଁ ଆକର୍ଷଣୀୟ ମହାବୀର ପତାକା ତିଆରି କରୁଥିବା ଝାଡ଼ଖଣ୍ଡର ଦାଦା-ପୁତୁରା ଯୋଡ଼ି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଝୁମରୀ ତିଲୈୟାର ଭାଦୋଡିହ ନିବାସୀ ୮୫ ବର୍ଷୀୟ ମହମ୍ମଦ ଖଲିଲ୍‌ ଏବଂ ୭୦ ବର୍ଷୀୟ ଅବଦୁଲ ହମିଦ ସମାଜରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଏବଂ ଭାଇଚାରାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ମହମ୍ମଦ ଖଲିଲ୍‌ ୫୦ ବର୍ଷ ଏବଂ ଅବଦୁଲ ହମିଦ ୩୫ ବର୍ଷ ଧରି ରାମ ନବମୀ ପାଇଁ ଅତ୍ୟନ୍ତ ଶ୍ରଦ୍ଧା ସହକାରେ ମହାବୀର ପତାକା ତିଆରି କରି ଆସୁଛନ୍ତି। ମହମ୍ମଦ ଖଲିଲ୍‌ଙ୍କ କହିବା କଥା, ପତାକା ତିଆରି କରିବାକୁ ନେଇ ତାଙ୍କ ମନରେ କୌଣସି ଭେଦଭାବ ନାହିଁ। ଯେଉଁଭଳି ଭାବରେ ସେ ତାଜିଆ ପତାକା ତିଆରି କରନ୍ତି, ଠିକ୍‌ ସେହିଭଳି ସେତିକି ଶ୍ରଦ୍ଧାର ସହ ସେ ମହାବୀର ପତାକା ମଧ୍ୟ ତିଆରି କରନ୍ତି। ଏତେ ବର୍ଷ ମଧ୍ୟରେ ଅନେକ ଲୋକ ତାଙ୍କର ନିୟମିତ ଗ୍ରାହକ ମଧ୍ୟ ​‌ହୋଇଯାଇଛନ୍ତି, ଯେଉଁମାନେ କି ପ୍ରତ୍ୟେକ ରାମ ନବମୀରେ କେବଳ ତାଙ୍କଠାରୁ ହିଁ ମହାବୀର ପତାକା କିଣିଥା’ନ୍ତି।​‌

- Advertisement -

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories