www.samajalive.in
Sunday, December 14, 2025
26.1 C
Bhubaneswar

୩ ବିଧାୟକଙ୍କ ଟିକେଟ କଟିଲା: ଦୁଇ ପ୍ରାର୍ଥୀ ବଦଳିଲେ

ଭୁବନେଶ୍ୱର: ବିଜେଡି ୫ମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତାଲିକାରେ ୨ଜଣ ପ୍ରାର୍ଥୀଙ୍କୁ ଅଦଳବଦଳ କରିଛି ବିଜେଡି। ସମ୍ବଲପୁର ଆସନରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ପୂର୍ବରୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବାବେଳେ ଏନେଇ ବିରୋଧ କରାଯାଇଥିଲା। ଏହାପରେ ବିଚାର ବିମର୍ଶ କରାଯାଇ ଅଦଳବଦଳ କରାଯାଇଛି। ସମ୍ବଲପୁରରେ ଦଳ ପ୍ରସନ୍ନଙ୍କ ବଦଳରେ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରିଛି। ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରେଢାଖୋଲ ଆସନରେ ପ୍ରାର୍ଥୀ କରାଯାଇଛି। ଦଳର ସୁପ୍ରିମୋ ଯାହା ନିଷ୍ପତି ନେଇଛନ୍ତି ତାହାକୁ ପାଳନ କରିବେ ବୋଲି ଉଭୟ ନେତା କହିଛନ୍ତିି।
ସେପଟେ ୩ ବିଧାୟକଙ୍କ ଟିକେଟ କଟିଥିବା ଜଣାପଡିଛି। ଅନୁଗୁଳ, ନିମାପଡା ଓ କୁଚିଣ୍ଡାରେ ଥିବା ବିଧାୟକଙ୍କର ଟିକେଟ କଟାଯାଇ ଦଳ ଏଠାରେ ନୂଆ ଚେହେରାଙ୍କୁ ସୁଯୋଗ ଦେଇଛି। ଅନୁଗୁଳର ବିଧାୟକ ରଜନୀକାନ୍ତ ସିଂହଙ୍କ ବଦଳରେ ଏଠାରେ ତାଙ୍କ ପତ୍ନୀ ସଂଯୁକ୍ତି ସିଂହ ପ୍ରାର୍ଥୀ ହୋଇଛି। ସେହିପରି କୁଚିଣ୍ଡା ବିଧାୟକ କିଶୋର ନାଏକଙ୍କ ବଦଳରେ ରାଜେନ୍ଦ୍ର ଛତ୍ରିଆ ଏବଂ ସମସ୍ତଙ୍କ ନଜରରେ ଥିବା ନିମାପଡା ଆସନାରେ ପ୍ରାର୍ଥୀ ବଦଳାଇଛି ବିଜେଡି। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ଦାଶଙ୍କ ବଦଳରେ ଦଳ ଦିଲ୍ଲୀପ କୁମାରଙ୍କ ଉପରେ ଭରସା କରିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories