www.samajalive.in
Sunday, December 14, 2025
14.1 C
Bhubaneswar

ରାମ ନବମୀ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପବିତ୍ର ରାମନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପବିତ୍ର ଦିନଟି ଆମକୁ ସତ୍ୟ, ଧର୍ମ ଓ ନ୍ୟାୟରେ ଚାଲିବା ପାଇଁ ପ୍ରେରଣା ଦେଇଥାଏ। ନିସ୍ୱାର୍ଥ ପ୍ରେମ, ପରାକ୍ରମ ଏବଂ ଉଦାରତାର ଉଚ୍ଚତମ ଆଦର୍ଶ ସ୍ଥାପିତ କରିଥିବା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ସମୂର୍ଣ୍ଣ ଜୀବନ ମାନବ ଜାତି ପାଇଁ ଉତ୍ସର୍ଗିକୃତ ରହିଥିଲା। ରାମନବମୀରେ ଏଭଳି ରାଷ୍ଟ୍ର ଗଠନ କରିବା ପାଇଁ ସଂକଳ୍ପ ନେବାର ସମୟ ବୋଲି ରାଷ୍ଟ୍ରପତି କହିଛନ୍ତି।

- Advertisement -

ପ୍ରଥମ ଥର ପାଇଁ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ଜନ୍ମୋତ୍ସବ ପାଳନ କରାଯାଉଥିବାରୁ ଏହା ଅନନ୍ଦମୟ ବୋଲି ମୋଦୀ କହିଛନ୍ତି। ୫୦୦ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟାରେ ଏହି ଉତ୍ସବକୁ ଧୁମଧାମରେ ପାଳନ କରିବାର ସୌଭାଗ୍ୟ ମିଳିଛି। ଏହା ଦେଶବାସୀଙ୍କ ବହୁ ବର୍ଷର ତପସ୍ୟା, ତ୍ୟାଗ ଓ ବଳିଦାନର ଫଳ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ପ୍ରତ୍ୟେକଟି ଜୀବନ ମଙ୍ଗଳମୟ ହେଉ।

Hot this week

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

Related Articles

Popular Categories