www.samajalive.in
Saturday, December 13, 2025
26.1 C
Bhubaneswar

ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ଧର୍ମେନ୍ଦ୍ର

ସମ୍ବଲପୁର: ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସ୍ଥାନୀୟ ଜିଲା ଓକିଲ ସଂଘର କାର୍ଯ୍ୟାଳୟକୁ ଯାଇ ଓକିଲ ମାନଙ୍କୁ ସାକ୍ଷାତକାର କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ଶ୍ରୀ ପ୍ରଧାନ ଓଡ଼ିଶାର ହୋମ୍ ମେଣ୍ଟେନାନ୍ସ ସର୍ଭିସ୍ ହୋମଭେରୀର କର୍ମଚାରୀଙ୍କ ସହ ସାକ୍ଷାତ୍ ଆଲୋଚନା କରିଥିଲେ। ସେ କହିଥିଲେ ଗ୍ରାହକ ମାନଙ୍କୁ ସଠିକ୍ ସମୟରେ ପ୍ଲମ୍ବିଂ, କାର୍ପେଣ୍ଟ୍ରି, ଗୃହ ଉପକରଣ ମରାମତି ତଥା ଘର ଉପକରଣ ସହ ଜଡ଼ିତ ସେବା ଯୋଗାଇଦେବା ପାଇଁ ନିୟୋଜିତ ସମସ୍ତ ଟେକ୍ନିସିଆନ କର୍ମଚାରୀଙ୍କ କାର୍ୟ୍ୟ ପ୍ରଶଂସନୀୟ।

- Advertisement -

ସମ୍ବଲପୁରରେ ଦ ଆର୍ଟ୍ ଅଫ୍ ଲିଭିଂ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଯୋଗଦେଇ ବିକଶିତ ଭାରତରେ ଓଡ଼ିଶା ଓ ସମ୍ବଲପୁର ଉପରେ ଚର୍ଚ୍ଚା କରିଥିଲେ କେନ୍ଦ୍ରମନ୍ତ୍ରୀ। ପ୍ରଜାତନ୍ତ୍ରରେ ଭୋଟର ମୂଲ୍ୟ, ଦେଶ ଓ ବିଶ୍ୱ କଲ୍ୟାଣ ପାଇଁ ଆବଶ୍ୟକତା, ଭାରତୀୟ ନାଗରିକଙ୍କ ଭୂମିକା ନେଇ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ବିଚାର ଓ ଆଧ୍ୟାତ୍ମିକତା ଆଧାରରେ ସମାଜ ଗଠନର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ। ସେହିପରି ଏକ କାର୍ୟ୍ୟକର୍ତ୍ତା ବୈଠକରେ ଯୋଗଦେବା ସହ ଶ୍ରୀ ପ୍ରଧାନ ଗୁଜୁରାଟୀ ସମାଜର ଚୈତ୍ର ନବରାତ୍ରିର ଅଷ୍ଟମୀ ଅବସରରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗଦେବା ସହ ମା’ଓମିଆ ମାତାଙ୍କ ଦର୍ଶନ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories