www.samajalive.in
Sunday, December 14, 2025
26.1 C
Bhubaneswar

ପଶୁପକ୍ଷୀଙ୍କ ପାଇଁ ପାଣିକୁଣ୍ଡର ବ୍ୟବସ୍ଥା

ସମ୍ବଲପୁର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିବାବେଳେ ପଶୁପକ୍ଷୀ ମାନଙ୍କର ଅବସ୍ଥା କହିଲେ ନ ସରେ । ଏହାକୁ ଧ୍ୟାନରେ ରଖି ପ୍ରତି ବର୍ଷ ମା ସମଲେଇ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ପଶୁପକ୍ଷୀ ମାନଙ୍କୁ ସୁବିଧାର ପାଣି ଯୋଗାଇ ଦେବା ନିମନ୍ତେ ପାଣି କୁଣ୍ଡ ଗୁଡିକ ରଖାଯାଉଛି । ଏହି କ୍ରମରେ ଜାତୀୟ ରାଜପଥ, ରାଜରାସ୍ତା, ସହର ମଧ୍ୟରେ ଥିବା ବିଭିନ୍ନ ରାସ୍ତା କଡରେ ପାଣି କୁଣ୍ଡ ଗୁଡିକ ସ୍ଥାପନ କରାଯାଉଛି । ପ୍ରତି ଦିନ ଏହି କୁଣ୍ଡ ଗୁଡିକରେ ଯେଭଳି ପାଣି ଭର୍ତ୍ତି କରାଯିବ ଏବଂ ଏହାର ରକ୍ଷଣାବେକ୍ଷଣ କରାଯିବ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ମଙ୍ଗଳବାର ଏହି ସେବା କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଆଗାମୀ ଦିନରେ ଆହୁରି ପାଣି କୁଣ୍ଡ ରଖାଯିବ । ଏହି ଅବସରରେ ନିଶିକାନ୍ତ ବିଶ୍ୱାଳ, ଆଶିଷ ସାହୁ, ଆଲୋକ ମହାକୁର, କାହ୍ନୁଚରଣ ଷଡଙ୍ଗୀ, ଦୀପିକା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ମହିମା ଆଶ୍ରମର ବିଭିନ୍ନ ସମସ୍ୟାର ସମାଧାନ ଦାବି

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories