BJD Bijuli 480×75 Mob

ସମ୍ବଲପୁର ପୁଲିସକୁ ବଡ ସଫଳତା ; ଦେଶୀ ବନ୍ଧୁକ କାରଖାନା ଠାବ, ୩ ଗିରଫ

BJD Bijuli 480×75 Mob

ସମ୍ବଲପୁର : ସମ୍ବଲପୁର ପୁଲିସ ବେଆଇନ ଭାବରେ ଦେଶୀ ବନ୍ଧୁକ ତିଆରି ହେଉଥିବା କାରଖାନା ଉପରେ ଚଢ଼ାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶରେ ଜମନକିରା ପୁଲିସ ପକ୍ଷରୁ ବଡରମା ଘାଟି ଓ ବାସୁପାଲି ଠାରେ ଚଢ଼ାଉ କରି ୨୨ ଗୋଟି ଦେଶୀ ବନ୍ଧୁକ ଜବତ ସହ ମୋଟ ୩ ଜଣକୁ ଗିରଫ କରାଯାଇଛି।

ଅପରାହ୍ଣ ୪ଟା ମୁଖ୍ୟ ଖବର

ଏହି ଘଟଣାରେ ୨ ମୋବାଇଲ ଫୋନ ସହ ଦେଶୀ ବନ୍ଧୁକ ତିଆରିରେ ବ୍ୟବହାର ‌ହେଉଥିବା ବିଭିନ୍ନ ସାମଗ୍ରୀକୁ ଜବତ କରାଯାଇଛି। ଏନେଇ ଏସପି ମୁକେଶ କୁମାର ଭାମୁ ଏକ ସାମ୍ବାଦିକ ସମ୍ମିଳନୀ କହିଛନ୍ତି, ଏଠାରେ ୨ ବର୍ଷ ହେବ ବେଆଇନ ଭାବରେ ଦେଶୀ ବନ୍ଧୁକ ତିଆରି କାରଖାନାରେ ପ୍ରସ୍ତୁତ ବନ୍ଧୁକକୁ ଲୋକଙ୍କୁ ୧୫ ରୁ ୨୦ ହଜାର ଟଙ୍କାରେ ବିକ୍ରି କରାଯାଉଥିଲା। ତେବେ ପୁଲିସ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୩ ଅଭିଯୁକ୍ତ ବିଦ୍ୟାଧର ପ୍ରଧାନ, ଅରୁଣ ଭୋଇ ଓ ଗଣେଶ ସିଂଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବା ନେଇ ଏସପି କହିଛନ୍ତି। ତେବେ ଏଥିରେ ଆଉ କାହାର ସଂପୃକ୍ତି ରହିଛି କି ନାହଁ ସେ ନେଇ ତଦନ୍ତ ଜାରି ରହିଥିବା ବେଳେ ରାଜ୍ୟ ବାହାରକୁ ଏହି ଚେର ଲମ୍ବିଛି କି ନାହଁ ସେ ବିଷୟ ମଧ୍ୟ ତଦନ୍ତ ପରିସରରେ ଥିବା ଏସପି କହିଛନ୍ତି।

Comments are closed.