www.samajalive.in
Sunday, December 14, 2025
26.1 C
Bhubaneswar

ଏ ହେଉଛି ଭାରତର ସବୁଠୁ ଭୟଙ୍କର ସ୍ଥାନ, ଦେଖିଲେ ଥରି ଉଠିବ ଦେହ !

ସମାଜ ଡିଜିଟାଲ ଡେସ୍କ: ଭାରତରେ ଅନେକ ସୁନ୍ଦର ଭ୍ରମଣ ସ୍ଥଳୀମାନ ରହିଛି। ଏଥିସହ ଦେଶରେ ଅନେକ ଭୟଙ୍କର ଭ୍ରମଣ ସ୍ଥଳୀ ମଧ୍ୟ ଅଛି, ଯାହା ବିଷୟରେ ଆଜି ଆ​‌ମେ ଆପଣଙ୍କୁ କହିବୁ। ଏହି ସ୍ଥାନକୁ ଆପଣ ବୁଲିବାକୁ ଆସିପାରିବେ।

ବରୋଗ ଟନ୍‌, ହିମାଚଳ ପ୍ରଦେଶ – ୟୁନେସ୍କୋର ବିଶ୍ଵ ଐତିହ୍ୟ ସ୍ଥଳୀରେ ଅନ୍ତର୍ଭୁକ୍ତ କାଲ୍‌କା-ଶିମଳା ରେଳ ଲାଇନରେ ନିର୍ମିତ ବରୋଗ ଟନେଲ ମଧ୍ୟ ଅତ୍ୟନ୍ତ ଭୟାନକ। ଏହି ସୁଡ଼ଙ୍ଗ କାଲ୍‌କାଠାରୁ ୪୧ କିମି ଦୂର ବରୋଗ ଷ୍ଟେସନ ନିକଟରେ ଅବସ୍ଥିତ ଏବଂ ଏହି ଟନେଲ୍ ବ୍ରିଟିଶ୍ ଇଞ୍ଜିନିୟର କର୍ଣ୍ଣେଲ ବରୋଗଙ୍କ ନାମରେ ନାମିତ। କୁହାଯାଏ ଯେ, ଏହି ଟନେଲ ନିର୍ମାଣର ଦାୟିତ୍ୱ କର୍ଣ୍ଣେଲ ବରୋଗଙ୍କୁ ଦିଆଯାଇଥିଲା। ଏହି ଟନେଲ୍ ତିଆରି କରିବାକୁ କର୍ଣ୍ଣେଲ ଉଭୟ ମୁଣ୍ଡକୁ ଚିହ୍ନିତ କରି ଟନେଲ୍ ଖୋଳିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସୁଡ଼ଙ୍ଗ ମଝିରେ ମିଶିବାର ଥିଲା, କିନ୍ତୁ ତାହା ହୋଇନଥିଲା। ଏହାପରେ କର୍ଣ୍ଣେଲ ବରୋଗଙ୍କ ଭୁଲ ପାଇଁ ବ୍ରିଟିଶ ସରକାର ତାଙ୍କୁ ଭର୍ତ୍ସନା କରିଥିଲେ ଏବଂ ଜରିମାନା ଲଗାଇଥିଲେ। ଏଥିରେ ଦୁଃଖିତ ହୋଇ କର୍ଣ୍ଣେଲ ଏହି ଟନେଲ ନିକଟରେ ନିଜକୁ ଗୁଳି କରି ଦେଇଥିଲେ।

ଏଲନ ମସ୍କଙ୍କ ବଡ଼ ଘୋଷଣା: ଏଣିକି ଏକ୍ସରେ ପୋଷ୍ଟ ପାଇଁ ଦେବାକୁ ପଡ଼ିବ ଟଙ୍କା

- Advertisement -

ଏହା ବ୍ୟତୀତ ତେଲଙ୍ଗାନାସ୍ଥିତ ଖୈରତାବାଦ ସାଇନ୍ସ କଲେଜ ମଧ୍ୟ ଭାରତର ଭୟାନକ ସ୍ଥାନଗୁଡ଼ିକ ମଧ୍ୟରେ ଅନ୍ୟତମ। ଯେତେବେଳେ ଏହି କଲେଜକୁ ବନ୍ଦ କରାଗଲା, ସେତେବେଳେ ଏଠାରେ ଥିବା ଲ୍ୟାବରେ ଏକାଧିକ ମୃତଦେହ ପଡ଼ିଥିଲା। ସେବେଠାରୁ କିଛି ଲୋକ ଏହି ସ୍ଥାନରେ କଙ୍କାଳମାନେ ଚାଲୁଥିବାର ଦେଖିଛନ୍ତି। କେବଳ ଏତିକି ନୁହେଁ, ଏହା ବ୍ୟତୀତ ସେଠାରୁ ଭୟଙ୍କର ଶବ୍ଦ ମଧ୍ୟ ଶୁଣାଯାଏ।

ଅଲୱର ଜିଲାର ସରିସ୍କା ଅଭୟାରଣ୍ୟ ନିକଟରେ ଥିବା ଭାନଗଡ଼ ଦୁର୍ଗ ଭାରତର ସବୁଠୁ ଭୟାନକ ସ୍ଥାନ ମଧ୍ୟରୁ ଗୋଟିଏ। ଏହି ଦୁର୍ଗ ୧୫୮୩ ମସିହାରେ ଆମେରର ରାଜା ଭଗବନ୍ତ ଦାସଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହି ଦୁର୍ଗ ବିଷୟରେ କୁହାଯାଏ ଯେ, ସନ୍ଧ୍ୟା ପରେ ଏଠାକୁ ଯିବା ନିଷେଧ। ଏଥିସହ କିଛି ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଅନେକ ଲୋକ ଏଠାରେ ନିଖୋଜ ମଧ୍ୟ ହୋଇଯାଇଛନ୍ତି। ଏହି ଦୁର୍ଗ ବାହାରେ ସ୍ପଷ୍ଟ ଭାବରେ ଲେଖା ହୋଇଛି, ସନ୍ଧ୍ୟା ପରେ ଏଠାରେ ରୁହନ୍ତୁ ନାହିଁ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories