www.samajalive.in
Sunday, December 14, 2025
26.1 C
Bhubaneswar

ଦେଖନ୍ତୁ ମନଛୁଆଁ ଭିଡିଓ: ଛୁଆହାତୀ ଗାଧୋଇବ ବୋଲି କୁମ୍ଭୀର ସହ ଏମିତି କଲା ମାଆ..

ନୂଆଦିଲ୍ଲୀ : ଜୀବଜନ୍ତୁଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ହାତୀକୁ ଦେଖି ଯେ କେହି ମଧ୍ୟ ଭୟଭୀତ ହୋଇଯିବ। ଏହି ବିରାଟକାୟ ଜୀବ ଗୋଡାଇଲେ କିମ୍ବା ଲାତ ମାରିଲେ ମଣିଷ ତ ମଣିଷ ବନ୍ୟଜନ୍ତୁ ମଧ୍ୟ ଭୟରେ ପଳାନ୍ତି। ଏଭଳି ହିଁ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ସୋସିଆଲ ମିଡିଆ ଏକ୍ସରେ ବର୍ତ୍ତମାନ ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଭିଡିଓରେ ଦେଖାଯାଉଛି ଛୁଆ ହାତୀକୁ ତା’ ମାଆ ପୋଖରୀରେ ଗାଧୋଇବା ପାଇଁ ସେଠାରେ ଥିବା କୁମ୍ଭୀରକୁ ଲାତ ମାରି ବିଦା କରୁଛି। ଭିଡିଓ ଦେଖି ଆପଣଙ୍କ ହସ ମଧ୍ୟ ଅଟକିବ ନାହିଁ। ଭିଡିଓରେ ଦେଖାଯାଉଛି, ଜଙ୍ଗଲ ମଧ୍ୟରେ ଏକ ପୋଖରୀରେ ହାତୀ ଓ ଛୁଆ ହାତୀ ଗାଧୋଇବା ସମୟରେ ହଠାତ୍ ଏକ କୁମ୍ଭୀର ଛୁଆହାତୀକୁ ଆକ୍ରମଣ କରିବାକୁ ଆସୁଛି। ମାତ୍ର ସେହି ସମୟରେ ହାତୀ କୁମ୍ଭୀରକୁ ଲଗାତାର ଲାତ ମାରି ମାରି ସେଠାରୁ ବାହାର କରି ଦେଇଛି। କୁମ୍ଭୀର ମଧ୍ୟ ପୋଖରୀରୁ ବାହାରି ପଳାଉଥିବା ଦେଖାଯାଉଛି।

ବିଜେପିର ବିଧାନସଭା ପ୍ରାର୍ଥୀ ଘୋଷଣା

- Advertisement -

ଜଙ୍ଗଲୀ ଜୀବଜନ୍ତୁଙ୍କ ଏଭଳି କୌତୁକିଆ ଭିଡିଓ ଦେଖି ଯେ କେହି ମଧ୍ୟ ଖୁସି ହେବା ସହ ନିଜ ହସକୁ ରୋକି ପାରିବ ନାହିଁ। ଏହାସହ ମାଆ ସବୁବେଳେ ନିଜ ଛୁଆକୁ ସମସ୍ତ ବିପଦରୁ ରକ୍ଷା କରିଥାଏ। ନିଜେ ଲଢେଇ କରିବାକୁ ପ୍ରସ୍ତୁତ ରହିଥାଏ। ନିଜ ଛୁଆକୁ ସର୍ବଦା ସୁରକ୍ଷା ଦିଏ , ତାହା ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଉଛି।

ଏପ୍ରିଲ ମାସରେ କେଉଁ ରାଶି ହେବେ ମାଲାମାଲ୍ , ଏମାନଙ୍କର ରହିଛି ବିବାହ ଯୋଗ..

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories