www.samajalive.in
Saturday, December 13, 2025
21.1 C
Bhubaneswar

ଔଷଧ ଦୋକାନରେ ପଶିଲା ବାର୍‌ହା; ଉଦ୍ଧାର କଲା ବନବିଭାଗ

କେନ୍ଦୁଝର ସଦର: କେତେବେଳେ ରାସ୍ତା ନିର୍ମାଣ ତ କେତେବେଳେ ଖଣି ଖନନ ଆଦି ବିଭିନ୍ନ ଆଳ ଦେଖାଇ ବ୍ୟାପକ ଜଙ୍ଗଲ ନଷ୍ଟ କରିବା ଦ୍ୱାରା ବାସହରା ହୋଇ ପଡିଛନ୍ତି ବନ୍ୟପ୍ରାଣୀ। ଖାଦ୍ୟ ଅନ୍ୱେଷଣରେ ବନ୍ୟପ୍ରାଣୀ ହେଉଛନ୍ତି ଜନବସତି ମୁହାଁ। ପ୍ରାୟ ସମୟରେ ଜଙ୍ଗଲୀ ହାତୀ ଗାଁ ଗଣ୍ଡା ଏପରିକି ସହର ମଧ୍ୟକୁ ପଶି ଧନ ଜୀବନ ନଷ୍ଟ କରୁଥିବାର ଅନେକ ନଜିର ରହିଛି। ସେହିପରି ମଙ୍ଗଳବାର ଦିନ ପ୍ରାୟ ୯ଟା ୩୦ ସମୟରେ ଜିଲା ଜଜ୍ କୋର୍ଟ ସମ୍ମୁଖରେ ଖୋଲାଥିବା ଏକ ଔଷଧ ଦୋକାନରେ ଗୋଟିଏ ଜଙ୍ଗଲୀ ବାର୍‌ହା ହଠାତ ପଶି ଯାଇଥିଲା। ଦୋକାନୀ ଭୟଭୀତ ହୋଇ ବାହାରକୁ ଚାଲି ଆସି କବାଟ ବନ୍ଦ କରି ଦେଇଥିଲେ। ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କ୍ଵିକ୍ ରେସପୋନ୍ସ ଟିମ୍ ଜନ୍ତା ସହିତ ସେଠାରେ ପହଞ୍ଚି ବାର୍‌ହାଟିକୁ ଉଦ୍ଧାର କରିଛନ୍ତି। ବାର୍‌ହାଟିର ମୁହଁରେ କ୍ଷତ ହୋଇ ରକ୍ତ ବାହାରୁଥିବା ଦେଖାଯାଇଛି। ଉଦ୍ଧାର ବାର୍‌ହାକୁ କେନ୍ଦୁଝର ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇଛି। ସେଠାରେ ଦୁଇ ତିନିଦିନ ଚିକିତ୍ସା ପରେ ତାକୁ ନରଣପୁର ସଂରକ୍ଷିତ ଜଙ୍ଗଲରେ ଛଡାଯିବ ବୋଲି କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡି କହିଛନ୍ତି। ବାର୍‌ହାଟି ନରଣପୁର ଜଙ୍ଗଲରୁ ରାତିରେ ଚାଲି ଆସି ସମ୍ଭବତଃ ଜଙ୍ଗଲକୁ ଫେରି ପାରି ନଥିଲା ବୋଲି କେନ୍ଦୁଝର ବନଖଣ୍ଡ ଅଧିକାରୀ କହିଛନ୍ତି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories