nua o banner

ଯାଞ୍ଚ ହେଲା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର

BSKY banner  750×100

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ଜୋରସୋରରେ ପ୍ରଚାର କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସୋମବାର ରାହୁଲଙ୍କ ପ୍ରଚାର ବେଳେ ହଠାତ ତାଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଥିଲା। କେରଳର ୱାୟନାଡ ଅଭିମୁଖେ ରାହୁଲ ପ୍ରଚାର ପାଇଁ ଯାଉଥିଲେ। ସେଠାରେ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଥିଲା। ହେଲିକପ୍ଟର ଅବତରଣ କରିବା ପରେ ତାମିଲନାଡୁର ନିଲଗୀରିର ନିର୍ବାଚନ ଅଧିକାରୀମାନେ ଯାଞ୍ଚ କରିଥିଲେ। ହେଲିକପ୍ଟର ଭିତରେ ପଶି ଖୋଳତାଡ କରିଥିବା ସୂଚନା ମିଳିଛି। ଏପ୍ରିଲ ୨୬ରେ କେରଳର ୱାୟନାଡରେ ନିର୍ବାଚନ ହେବ। ଏଠାରୁ ରାହୁଲ ଗାନ୍ଧୀ ପ୍ରାର୍ଥୀ ହୋଇଛନ୍ତି।

 

Comments are closed.