www.samajalive.in
Friday, December 12, 2025
14.1 C
Bhubaneswar

ଲୋକାର୍ପିତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ନିର୍ଣ୍ଣୟ’ର ଅଡିଓ, ୨୬ ଏପ୍ରିଲରେ ଶୁଭମୁକ୍ତି

ଭୁବନେଶ୍ବର:ଶ୍ରଦ୍ଧା ସବୁରୀ ପ୍ରଡ଼କସନ ର ପ୍ରଥମ ଅବଦାନ ଚଳଚ୍ଚିତ୍ର ‘ନିର୍ଣ୍ଣୟ’ର ଅଡିଓ ଲୋକାର୍ପଣ ହୋଇଛି। ବର୍ତ୍ତମାନ ଜମାନାରେ ବିଭିନ୍ନ ମୌଳିକ କାହାଣୀ କୁ ନେଇ ଚିତ୍ର ନିର୍ମାଣ ଟ୍ରେଣ୍ଡ ଚାଲିଥିବା ବେଳେ “ନିର୍ଣ୍ଣୟ” ମଧ୍ୟ ସେଇ ଧାରାରେ ନିର୍ମାଣ ହୋଇଛି l କାହାଣୀ ଏପରି; ଚାରୋଟି ମୁଖ୍ୟ ଚରିତ୍ର ଜୀବନ ବାଟରେ ଚାଲିଲା ବେଳେ, ସମୟ ସେମାନଙ୍କୁ ନେଇ ଏମିତି ମୋଡ଼ରେ ଛାଡିଛି ସମାଜ ଆଖିରେ ସେମାନେ କୋଉଠି ନା କୋଉଠି ଦୋଷୀଟିଏ ହେଇଯା’ନ୍ତି। ଭଲ ପାଇବାକୁ ଏକ ସମ୍ପର୍କର ନାଁ ଦେବା ପାଇଁ କାହିଁକି ଦୁଇଜଣ ଅନବରତ ଚେଷ୍ଟାରେ ଥାଆନ୍ତି। ଏଇ ଚେଷ୍ଟାର ନାଁ ସମାଜ ଦୋଷ ଦେଇ ଦିଏ। ସତରେ ସେମାନେ କେତେ ଦୋଷୀ ? ଆଉ ଯଦି ବି ଦୋଷୀ, କୋଉ ନିର୍ଣ୍ଣୟ ପାଇଁ ଆଜି ଏମିତି ଦୋଛକିରେ ଠିଆ ହେଇଛନ୍ତି ? ନିଜ ପାଇଁ ନିର୍ଣ୍ଣୟ ନେବା ଆଉ ସେଇ ନିର୍ଣ୍ଣୟରେ ନିଜକୁ ଠିଆ କରିବା କେତେ ଯୁକ୍ତିଯୁକ୍ତ। ଏଇ ସବୁକୁ ନେଇ ଚଳଚ୍ଚିତ୍ର‘ନିର୍ଣ୍ଣୟ’।

ପ୍ରଯୋଜକ ଟିକି ପଟ୍ଟନାୟକ ଛୁଆଟି ଦିନରୁ ଅଭିନୟ କରିଆସିଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରିଥିବା ସତ୍ୱେ ଅବସର ନେଇ କଳା ପ୍ରତି ବିଶେଷ ଆକୃଷ୍ଟ ଥିବାରୁ ନିଜର ପ୍ରଡ଼କସନ ହାଉସ କରି ଯୁଗ ଉପଯୋଗୀ ଉନ୍ନତମାନର ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଶ୍ରଦ୍ଧା ସବୁରୀ ପ୍ରଡ଼କସନ ହାଉସ ପୂର୍ବରୁ ଅନେକ ସଫଳ ମ୍ୟୁଜିକ ଭିଡ଼ିଓ ଏବଂ ଟେଲିଭିଜନ ସିରିଏଲ ପାଇଁ ନାଁ କରିସାରିଛି। ‘ନିର୍ଣ୍ଣୟ’ ତାଙ୍କର ପ୍ରଥମ ଚଳଚ୍ଚିତ୍ର। ଅଭିଜ୍ଞ ଯୁବ ନିର୍ଦ୍ଦେଶକ ରାଜେନ୍ଦ୍ର ମହାନ୍ତଙ୍କ ଦ୍ୱାରା ନିର୍ଦ୍ଦେଶିତ ନିର୍ଣ୍ଣୟ ଚଳଚ୍ଚିତ୍ର ଟିର କାହାଣୀ ଲେଖିଛନ୍ତି ଶୁଭଶ୍ରୀ ଶୁଭଶ୍ମିତା ମିଶ୍ର ଏବଂ ସଂଳାପ ଲେଖିଛନ୍ତି ସୁମିତ ପଣ୍ଡା। ଚିତ୍ରତ୍ତୋଳନ ଦାୟିତ୍ୱ ରେ ଅଛନ୍ତି ଦୀପକ କୁମାର।
ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ସୋମେଶ ଶତପଥି ଏବଂ ଗୌରବ ଆନନ୍ଦ। କଣ୍ଠଦାନ କରିଛନ୍ତି ସଞ୍ଚିତା ଶୁଭଦର୍ଶିନୀ, ଆଶୀଷ ପ୍ରଧାନ, ଅନୁରାଧା ପାଣିଗ୍ରାହୀ ଏବଂ ଗୌରବ ଆନନ୍ଦ।
ଅଭିନୟରେ ଅଛନ୍ତି ଓଲିଉଡ଼ର ନାମୀ କଳାକାର ମାନଙ୍କ ମଧ୍ୟରୁ ସୂର୍ଯ୍ୟମୟୀ ମହାପାତ୍ର, ନୈନା ଦାଶ, ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀ, ସୁକାନ୍ତ ରଥ, ପ୍ରୀତିରାଜ ଶତପଥି, ଚୌଧୁରୀ ଜୟପ୍ରକାଶ ଦାସ, ସ୍ୱସ୍ତିକ ଚୌଧୁରୀ, ଅଭିଜିତ ଦାସ, ଭାସ୍ବତୀ ବସୁ, ବିଜୟିନୀ ମିଶ୍ର, ପୂର୍ଣ୍ଣିମା ବରାଳ, ପ୍ରିୟା ବିଷୋୟୀ, ପୂର୍ଣ୍ଣିମା ଦାସଗୁପ୍ତା (ମୁସ୍କାନ), ଟିକି ପଟ୍ଟନାୟକ, ଜଗବନ୍ଧୁ ପଣ୍ଡା ଏବଂ ସାଇଭୀର ପଣ୍ଡା।

- Advertisement -

ଆସନ୍ତା ୨୬ ଏପ୍ରିଲ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ନିର୍ଣ୍ଣୟ।  ରାଜେନ୍ଦ୍ର ମହାନ୍ତ ନିର୍ଦ୍ଦେଶିତ ଚକ୍ଷୁ ବନ୍ଧନ, କୋଉ ଆକାଶର ଜହ୍ନ ତୁ ଓ ଅଦୃଶ୍ୟମ ଦର୍ଶକ ଯେମିତି ଢେର ଭଲ ପାଇବା ଦେଇଛନ୍ତି ଠିକ ସେମିତି ନିର୍ଣ୍ଣୟ କୁ ମଧ୍ୟ ଭଲ ପାଇବା ଦେବେ ଏବଂ ସିନେମା ମଧ୍ୟ ହିଟ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ଦାବି କରିବା ସହିତ ଭରସା ଦେଇଛନ୍ତି। ଚଳଚ୍ଚିତ୍ର ର ପ୍ରଚାର ପ୍ରସାର ଦାୟିତ୍ୱରେ ଅଛନ୍ତି ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories