www.samajalive.in
Friday, December 12, 2025
14.1 C
Bhubaneswar

ଗୋପାଳପୁର ବେଳାଭୂମିରେ‌ ବଢୁଛି ପର୍ଯ୍ୟଟକଙ୍କ ମୋବାଇଲ ଚୋରି

ଗୋପାଳପୁର: ଓଡ଼ିଶାର ପ୍ରମୁଖ ବେଳାଭୂମି ପର୍ଯଟନ ସ୍ଥଳ ମଧ୍ୟରୁ ଗୋପାଳପୁର ବେଳାଭୂମି ଏକ ଅନନ୍ୟ ପର୍ଯଟନ ସ୍ଥଳ। ପ୍ରତିଦିନ ଦେଶବିଦେଶ  ପର୍ଯ୍ୟଟକଙ୍କ ସହ ଓଡ଼ିଶାର ବିଭିନ୍ନ ଜିଲାର ପର୍ଯ୍ୟଟକଙ୍କ ଭିଡ ଏଠାରେ ଜମିଥାଏ। କିନ୍ତୁ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପୁଲିସ ବ୍ୟବସ୍ଥା ନାହିଁ। ଫଳରେ ଅନେକ ସମୟରେ ପର୍ଯ୍ୟଟକମାନେ ନାନା ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି। ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ଗୋପାଳପୁର ଥାନା ପକ୍ଷରୁ ୫ ଜଣ ଗୃହରକ୍ଷୀଙ୍କୁ ମୁତୟନ କରାଯାଇଛି। ସେମାନେ ବେଳାଭୂମି ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା ଦେଖିବା ସହ ସମୁଦ୍ରରେ ସ୍ନାନ କରୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ଦାୟିତ୍ବ ସହ ବେଳାଭୂମିରେ ବୁଲାବୁଲି କରୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇଥାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସକାଳ ସମୟରେ ୬ ଟାରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ, ୨ଜଣ ମଧ୍ୟାହ୍ନ ୨ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଏବଂ ରାତି ୧୦ ଟା ରୁ ସକାଳ ୬ ଟା ପର୍ଯ୍ୟନ୍ତ ଜଣେ ଗୃହରକ୍ଷୀ ଦାୟିତ୍ଵ ସମ୍ପାଦନ କରିଥାନ୍ତି।
ପୁଲିସ ପାଟ୍ରୋଲିଂ ଅଭାବ ଏବଂ ଅଧିକ ସଂଖ୍ୟକ ପୁଲିସ ମୁତୟନ ହେଉନଥିବାରୁ କିଛି ଦିନ ହେଲା ବେଳାଭୂମିରେ ମୋବାଇଲ ଚୋର ମାତିଥିବା ଦେଖିବାକୁ ମିଳିଛି। ସୁଯୋଗ ଦେଖି ପର୍ଯ୍ୟଟକଙ୍କ ମୋବାଇଲ ଚୋରି କରୁଥିବାର ଥାନାରେ ଅଭିଯୋଗ କରାଯାଇଥିବା ଦେଖିବାକୁ ମିଳିଛି।  ଏଣୁ ସ୍ଥାନୀୟ ଥାନା ପକ୍ଷରୁ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଗୁରୁତ୍ବ ନଦେଲେ ଆଗାମୀ ଦିନରେ ପର୍ଯ୍ୟଟକଙ୍କ ଆଗମନରେ ହ୍ରାସ ହେବାର ଆଶଙ୍କା ବଢିପାରେ ବୋଲି ମତପୋଷଣ ପାଇଛି।
ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏନଏସି ପକ୍ଷରୁ ୬ ଟା ସିସିଟିଭି କ୍ୟାମେରା ବେଳାଭୂମି ଅଞ୍ଚଳରେ ଲଗାଯାଇଛି। ଏହାର ମନିଟର ବେଳାଭୂମି ରେ ଥିବା ପୁଲିସ ଆଉଟ୍ ପୋଷ୍ଟରେ ରଖା ଯାଇଛି। କିନ୍ତୁ ଲଗାଯାଇଥିବା ୬ଟି ସିସିଟିଭି ମଧ୍ୟରୁ କେତେକ କ୍ୟାମେରା କାମ କରୁ ନଥିବା ଦେଖିବାକୁ ମିଳିଛି। ଯାହାଫଳରେ ପର୍ଯ୍ୟଟକ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories