www.samajalive.in
Friday, December 12, 2025
14.1 C
Bhubaneswar

ଜିଲା ପ୍ରଶାସନ ପକ୍ଷରୁ ଦେଓମାଳି ଶିଖରରେ ଭୋଟର ସଚେତନତା ଅଭିଯାନ

ପଟାଙ୍ଗି: ଗଣତନ୍ତ୍ରର ମହାବର୍ବ ନିର୍ବାଚନ ପରିପ୍ରେକ୍ଷୀରେ ଅଧିକରୁ ଅଧିକ ସଂଖ୍ୟକ  ଭୋଟ ର ସାମିଲ ହୋଇ ନିଜର ମତ ସାବ୍ୟସ୍ତ କରିବା ପାଇଁ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ଭି କିର୍ତ୍ତୀଭାସନ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭୋଟର ନିଜର ମତ ସାବ୍ୟସ୍ତ କରିବା ଅଧିକାରକୁ ଅଭିନବ ଉପାୟରେ ଜିଲା ପ୍ରଶାସନ ପକ୍ଷରୁ ସଚେତନତାର ବାର୍ତ୍ତା ମାଧ୍ୟମରେ ଆହ୍ବାନ ଦିଆଯାଇଛି। ଯାହା ସମସ୍ତ ଭୋଟରଙ୍କ ପାଇଁ ଏକ ପ୍ରେରଣା।   ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ  କୋଟିଆ ପଞ୍ଚାୟତ ତଥା ରାଜ୍ୟର ଉଚ୍ଚତମ ଶୃଙ୍ଗ ପର୍ଯ୍ୟଟନ ସ୍ଥଳୀ ଦେଓମାଳି  ଶିଖରରୁ ଏହି ପ୍ରୟାସ ଆରମ୍ଭ ହୋଇଛି।

ନିର୍ବାଚନ ତାରିଖ ଘୋଷଣା  ପରଠାରୁ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବ୍ଳକ ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକ ପ୍ରଶାସନ ନିଜ ନିଜ ଅଞ୍ଚଳରେ ଭୋଟରଙ୍କୁ ମତଦାନର ମହାନତା ଓ ମୂଲ୍ୟ ସମ୍ପର୍କରେ ସଚେତନତା କରାଇ କାର୍ଯ୍ୟକ୍ରମ ଜାରି ରଖିଥିଲେ। ଭୋଟରଙ୍କୁ ସଚେତନତାର ଅନ୍ତିମ  ଦିନରେ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଏହି ଅଭିନବ ପ୍ରୟାସ ମାଧ୍ୟମରେ ଦେଓମାଳି ପର୍ବତ ଉପରେ ଜିଲାର ସମସ୍ତ ସରକାରୀ କର୍ମଚାରୀ, ଅଧିକାରୀ ସ୍ଥାନୀୟ କଲେଜ ଛାତ୍ରୀଛାତ୍ର ଓ ଥୁରିଆ ବିଦ୍ୟାଳୟର ଶିକ୍ଷୟିତ୍ରୀ/ଶିକ୍ଷକ ଏକତ୍ରିତ ହୋଇ  ନିର୍ବାଚନରେ କିପରି ନିଜ ନିଜର ମତଦାନ ସାବ୍ୟସ୍ତ କରି ଦେଶର ସମ୍ମାନ ବଜାୟ ରଖିବା   ବାର୍ତ୍ତା ଲେଖି ଭୋଟରଙ୍କୁ ସଚେତନତାର ଆହ୍ବାନ ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ଏଡିଏମ୍  ଲଗ୍ନଜିତ ରାଉତ, ଏଡିଏମ୍ ଆଲୋମଣି ସେଠୀ, ଉପଜିିଲାପାଳ ବେଣୁଧର ଶବର, ଜୟପୁର ଉପଜିଲାପାଳ ପ୍ରଭାତ ପରିିଡ଼ା, କୋରାପୁଟ ବିିଡ଼ିଓ ଦେବାଶିଷ ଗୈଡ , ସେମିଳିଗୁଡା  ବିିଡ଼ିଓ ଜସମିନ ପ୍ରଧାନ, ପଟାଙ୍ଗି ବିିଡ଼ିଓ  ସୁକାନ୍ତ କୁମାର ପଟ୍ଟନାୟକ, ପଟାଙ୍ଗି ତହସିଲଦାରର ଦେବେନ୍ଦ୍ର ବାହାଦୂର ସିଂଂ ଧାରୁଆ    ଏପିଓ ସୌମେନ୍ଦ୍ର ନାୟକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଏହି ଅବସରରେ ଜିଲାପାଳ ଭି କିର୍ତ୍ତୀଭାସନଙ୍କ ସମେତ ସରକାରୀ ଅଧିକାରୀ, ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ  ଦେଓମାଳି ଶିଖରକୁ ଯାଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories