ଖୁଣ୍ଟା : ଖୁଣ୍ଟା ବ୍ଲକର ବାହାନଡା ଲ୍ୟାମ୍ପ ପକ୍ଷରୁ ବୁଧବାର ଧାନମଣ୍ଡି ଖୋଲା ଯାଇଥିବା ବେଳେ ଟୋକନ ପାଇଥିବା ଚାଷୀମାନେ ଧାନ ବିକ୍ରି କରିଛନ୍ତି। ପ୍ରଥମ ଦିନରେ ଲ୍ୟାମ୍ପ୍ସ ଅଧୀନରେ ଥିବା ବାହନଡା ଧାନ କ୍ରୟ କେନ୍ଦ୍ର ଓ ଭୋଳାଗଡିଆ ଉପକେନ୍ଦ୍ରରେ ୫୦୦ କୁଇଣ୍ଟାଲ ଧାନ କିଣା ଯିବାପାଇଁ ୧୮ ଜଣ କୃଷକଙ୍କୁ ଟୋକନ ପ୍ରଦାନ କରାଯାଇଥିଲା। ଧାନ ମଣ୍ଡି ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ବାରିପଦା କେନ୍ଦ୍ର ସମବାୟ ବ୍ୟାଙ୍କର ସମ୍ପାଦକ ଅଚ୍ୟୁତାନନ୍ଦ ପାତ୍ର ଯୋଗ ଦେଇଥିଲେ। ଲ୍ୟାମ୍ପ୍ସ ସଭାପତି ତଥା ପୂର୍ବତନ ବିଧାୟକ ବିରାମ ମୁର୍ମୁ, ଏମସିସି ବ୍ୟାଙ୍କ ଖୁଣ୍ଟା ଶାଖା ପରିଚାଳକ ଦିଲିପ କୁମାର ସାହୁ, ବାହାନଡା ସରପଞ୍ଚ ଧନେଶ୍ୱର ଟୁଡୁ, ଏଆରସିଏସ କାର୍ଯ୍ୟାଳୟର ବିଭୁତି ଭୂଷଣ ବେହେରା, ନିହାର ରଞ୍ଜନ ସାହା, ଗ୍ରାମ୍ୟ କୃଷି ଅଧିକାରୀ ଅରୁଣ କୁମାର ଦାସ, ଧାନ କ୍ରୟ କମିଟିର ସଦସ୍ୟ ପ୍ରମୋଦ କୁମାର ପାତ୍ର, ଶକ୍ତିପଦା ପାତ୍ର, ଜୟଦୀପ କୁମାର ସାହୁ, ନରେନ୍ଦ୍ର ସାହୁ,ବ୍ରଜ କିଶୋର ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଲ୍ୟାମ୍ପ୍ସର ୬୭୨ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଖୁଣ୍ଟା ବ୍ଲକରେ ଥିବା ଅନୁନ୍ଧିତ ମିଲରଙ୍କ ମାଧ୍ୟମରେ ୭୦୦୦କୁଇଣ୍ଟାଲ ଧାନ କ୍ରୟ କରାଯିବ ବୋଲି ଲ୍ୟାମ୍ପ୍ସର ପରିଚାଳନ ନିର୍ଦେଶକ ମଧୁସ୍ମିତା ଦେ କହିଛନ୍ତି।



