ମୋହନା : ଦେଶବ୍ୟାପି ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ ତରଫରୁ ୩ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଛି। ମୋହନା ଜୋନ୍କୁ ନେଇ ୯ଟି ସେକ୍ଟରର ୨୭ ଜଣ କର୍ମଚାରୀ ମୋହନା ପୋଷ୍ଟ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି। ସେମାନଙ୍କ ଦାବି ଗୁଡିକ ମଧ୍ୟରୁ ଜିଜିଏସ୍ କମିଟିର ଶତ ପ୍ରତିଶତ ସାକାରାତ୍ମକ ସୁପାରିଶକୁ ୧ତାରିଖ ଠାରୁ କାର୍ଯ୍ୟକାରୀ କରାଯାଉ, ପ୍ରହୋତ୍ସନା(ଇନ୍ସେଟିଭ୍) ନିୟମ ଭାରତୀୟ ଡାକ ପେମେଂଟ ବ୍ୟାଙ୍କ କାର୍ଯ୍ୟରୁ ସମ୍ପୁର୍ଣ୍ଣ ଉଚ୍ଛେଦ କରି ଡାକଘର ଓ ଡାକ ସେବକମାନଙ୍କ କାର୍ଯ୍ୟଭାର (ଓା୍ୱର୍କଲୋଡ) ରୂପେ ଗଣନା କରି ସମୟ ଧାର୍ଯ୍ୟ କରାଯାଉ। ଶାଖା ଡାକଘର ଏବଂ ଡାକସେବକ ମାନଙ୍କ କାର୍ଯ୍ୟଭାର ୮ ଘଣ୍ଟା ବୃଦ୍ଧି କରି ବିଭାଗୀୟ କର୍ମଚାରୀ ପାଉଥିବା ସମସ୍ତ ସୁବିଧା ଯୋଗାଇ ଦିଆଯାଉ। ଆଗରୁ ବହୁବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଥିଲେ ସୁଦ୍ଧା ସରକାର ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ନରଖିବାରୁ ପୁଣି ୧୮ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ ବୋଲି ଡାକ କର୍ମଚାରୀମାନେ କହିଛନ୍ତି। ଏହି ବନ୍ଦ ଡାକରାରେ ମୋହନା ବ୍ଲକର ସମସ୍ତ ଡାକ କର୍ମଚାରୀ ଉପସ୍ଥିତ ଥିଲେ।



