ଟପ୍-୭ ଅନଲାଇନ୍ ଗେମର୍ସଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଦେଶରେ ଟପ୍ ଗେମର୍ସଙ୍କୁ ଭେଟି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେମାନଙ୍କ ମଧ୍ୟରେ ଅନିମେଷ ଅଗ୍ରୱାଲ, ନମନ ମାଥୁର, ପାୟଲ ଧରେ, ମୈଥିଲେଶ ପାଟନକର, ତୀର୍ଥ ମେହେଟ୍ଟା, ଗଣେଶ ଗଙ୍ଗାଧର ଏବଂ ଅଂଶୁ ବିଷ୍ଟ ରହିଥିଲେ। ଅନଲାଇନ୍ ଗେମ୍ ଖେଳିବା, କିଭଳି ସେମାନେ ଏଥିରେ କ୍ୟାରିୟର ଗଢିଲେ ସେ ସବୁ ସମ୍ପର୍କରେ ଆଲୋଚନା କରିଛନ୍ତି। ଭାରତରେ ଅନଲାଇନ ଗେମସ୍ ପ୍ରତି ସେମାନଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ପରିବେଶକୁ କିଭଳି ସୁରକ୍ଷା ଦେଇପାରିବା ଏବଂ ଜୀବନ ବଞ୍ଚାଇ ପାରିବା ତାହାକୁ ଧ୍ୟାନରେ ରଖି କିଛି ଗେମ୍ ପ୍ରସ୍ତୁତ କରିବାକୁ ଗେମର୍ସଙ୍କୁ ପରାମର୍ଶ ଦେଇଛନ୍ତି ମୋଦୀ।
Had a wonderful interaction with youngsters from the gaming community… You would love to watch this! https://t.co/TdfdRWNG8q
— Narendra Modi (@narendramodi) April 13, 2024
Comments are closed.