www.samajalive.in
Sunday, December 14, 2025
26.1 C
Bhubaneswar

କେନ୍ଦୁପଲ୍ଲୀ ମହୋତ୍ସବ ଦୁଲଣା ଉଦଘାଟିତ

କଳାପଥର(ବାଙ୍କୀ): କେନ୍ଦୁପଲ୍ଲୀ ଗ୍ରାମବାସୀ ଓ ମହୋତ୍ସବ କମିଟି  ଆନୁକୂଲ୍ୟରେ କେନ୍ଦୁପଲ୍ଲୀ ମହୋତ୍ସବ ଦୁଲଣା-୨୦୨୪  ମହା ଆଡ଼ମ୍ବର ସହ ପାଳନ ହୋଇଛି। ଉକ୍ତ ଉତ୍ସବରେ ରାମଚରିତ ମାନସ ପ୍ରଵକ୍ତା କୃଷ୍ଣ କେଷବ ଷଡ଼ଙ୍ଗୀ   ମୁଖ୍ୟଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଶ୍ରୀ ଷଡ଼ଙ୍ଗୀ  ଯୋଗଦେଇ କହିଲେ ଯେ  ବାଙ୍କୀ ବ୍ଲକର କେନ୍ଦୁପଲ୍ଲୀ  ପଂଚାୟତରେ ଏଭଳି ଲୋକ ଉତ୍ସବର ଆୟୋଜନ ଏ ଅଞ୍ଚଳର କଳା, ସାଂସ୍କୃତିକ ପରମ୍ପରାର ପ୍ରଚାର ଓ ପ୍ରସାର ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ଗୌରାଙ୍ଗ ଚରଣ ଦେବତା   ଯୋଗଦେଇ ରାଜ୍ୟ ତଥା ଦେଶର ସାଂସ୍କୃତିକ, ସମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ଘଟିଛି ସେଥିରେ କେନ୍ଦୁପଲ୍ଲୀ  ଅଞ୍ଚଳର ସୁଯୋଗ୍ୟ ସନ୍ତାନ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ  ଶିକ୍ଷକ କାମଦେବ ମହାପାତ୍ର   ଯୋଗଦେଇ  ଯୁବପିଢୀଙ୍କ ପାଇଁ ଦୁଲଣା ମହୋତ୍ସବ ପ୍ରେରଣାର ଉତ୍ସହୋଇ ରହିବ ବୋଲି କହିଥିଲେ ଏବଂ ମହୋତ୍ସବର ସଫଳତା ପାଇଁ କେନ୍ଦୁପଲ୍ଲୀ  ଗ୍ରାମର ଯୁବକ  ମାନଙ୍କୁ  ଅଭିନନ୍ଦନ ଜଣାଇଥିଲେ । ସନମାନୀତ ଅତିଥି ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ଯୋକିଲଦଳ ର ଇଁ ଶିକ୍ଷକ ବିଦ୍ୟାଧର ମହାରଣା  ପ୍ରମୁଖ  ଉଦ୍‌ବୋଧନ ଦେଇଥିଲେ ।
ଛାତ୍ରୀମାନଙ୍କ   ପକ୍ଷରୁ   ଆବାହନି ସଂଗୀତ ଗାନ କରାଯାଇଥିଲା ।   ଶିକ୍ଷକ ସୋମନାଥ ଖଟୁଆ ସ୍ଵାଗତ ଭାଷଣ ଅତିଥି ପରିଚୟ ଗ୍ରାମର s ର  ସମ୍ପାଦକ ଧୃବ ଚରଣ ସାହୁ ବିବରଣୀ ପାଠ  କରିଥିଲେ. ମହୋତ୍ସବ କମିଟି ସଭାପତି  ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି  ଉତ୍ସବରେ ଅଧ୍ୟକ୍ଷତା କରି କହିଲେ ଯେ, କେନ୍ଦୁପଲ୍ଲୀ  ପଂଚାୟତ ର  ସମର୍ଥନ ଏହି ଉତ୍ସବକୁ ଗଣଉତ୍ସବରେ ପରିଣତ କରିଛି ।    ସମିତି ସଭ୍ୟ ପ୍ରେମାନନ୍ଦ  ସାହୁ  ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories