www.samajalive.in
Sunday, December 7, 2025
26.1 C
Bhubaneswar

ଅଭିନବ ନିମନ୍ତ୍ରଣ ପତ୍ର; କନ୍ୟା ପରମାଣୁ ଓ ବେଦୀ ପ୍ରୟୋଗଶାଳା

ନୂଆଦିଲ୍ଲୀ : କେରଳର ଏକ ଅଭିନବ ବିବାହ ନିମନ୍ତ୍ରଣ ପତ୍ର କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶୀଥରୁରଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେ ଏହି ନିମନ୍ତ୍ରଣ ପତ୍ରକୁ ରିଟ୍ୱିଟ୍‍ କରି ନବଦମ୍ପତିଙ୍କୁ ଶୁଭକାମନା ଜଣାଇଛନ୍ତି। ଏହି ବିବାହ ନିମନ୍ତ୍ରଣ ପତ୍ର ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁସାରେ ଏହି ବିବାହ ନିମନ୍ତ୍ରଣ ପତ୍ର କନ୍ୟା ସୂର୍ଯ୍ୟା ଏବଂ ବର ଭିଥୁନଙ୍କର। କନ୍ୟା ଓ ବର ଉଭୟ ବୈଜ୍ଞାନ ଉପାୟରେ ନିଜ ବିବାହ ନିମନ୍ତ୍ରଣ ପତ୍ର ମୁଦ୍ରଣ କରିଛନ୍ତି। ନିମନ୍ତ୍ରଣ ପତ୍ରରେ ବର ଓ କନ୍ୟା ନିଜକୁ ପରମାଣୁ ଦର୍ଶାଇଛନ୍ତି। ଏଥିôପାଇଁ ସେମାନେ ଏସ୍‍ଏ ଏବଂ ଭିଏନ୍‍ ସଂକେତର ବ୍ୟବହାର କରିଛନ୍ତି। ପତ୍ରରେ ଲେଖାଯାଇଛି ଯେ ଦୁଇଟି ପରମାଣୁ ଭିଥୁନ ଏବଂ ସୂର୍ଯ୍ୟା ନିଜ ନିଜ ବାପା, ମା’ଙ୍କ ଆକ୍ଟିଭେସ୍‍ ଏନର୍ଜିରୁ ଅଣୁ ବେହାକୁ ନିଷ୍ପତ୍ତି ନେଇଛନ୍ତି। ବିବାହର ତାରିଖକୁ ନିମନ୍ତ୍ରଣ ପତ୍ରରେ ‘ପ୍ରତିକ୍ରିୟା’ ଲେଖାଯାଇଛି ଓ ବିବାହ ବେଦୀକୁ ‘ପ୍ରୟୋଗଶାଳା’ ଦର୍ଶାଯାଇଛି। ଚିତ୍ର କରି ସେ ନିଜର ପ୍ରେମକୁ ଦର୍ଶାଇଛନ୍ତି। ଏଭଳି ଅଭିନବ ରସାୟନ ବିଜ୍ଞାନକୁ ନେଇ ପ୍ରସ୍ତୁତ ବିବାହ ନିମନ୍ତ୍ରଣ କାର୍ଡକୁ ଦେଖି ଶଶୀଥରୁର ଫିଦା ହେବା ସହ ରିଟ୍ୱିଟ୍‍ କରିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories