www.samajalive.in
Friday, December 12, 2025
15.1 C
Bhubaneswar

ସ୍କୁଟିକୁ ଧକା ଦେଲା କାର, ଦୁଇ ମହିଳା ଗୁରୁତର

ଗୋପ: ଶୁକ୍ରବାର ଗୋପ-ନିମାପଡା ରାସ୍ତାର ବାହାଣିଆ ଛକ ନିକଟରେ ସ୍କୁଟିକୁ ଧକା ଦେଲା କାର। ଫଳରେ ଗୋପର ୨ଜଣ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ୨ଜଣ ମହିଳା କର୍ମଚାରୀ ବିଷ୍ଣୁପ୍ରିୟା ବରାଳ ଓ ବୈଶାଖୀ ରାଉତ  ଗୋପ ବ୍ଲକରେ ଭିଆରପି ଭାବେ କାର୍ଯ୍ୟ କରୁଛନ୍ତି।  ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି।

ଗୋପ ବ୍ଲକର ଏହି ଦୁଇଜଣ ମହିଳା କର୍ମଚାରୀ ନିମାପଡାରୁ ସ୍କୁଟିରେ ଫେରୁଥିବା ବେଳେ କୋଣାର୍କ ପଟୁ ୪ଜଣ ଯୁବକ ଯୁବତୀ ଏକ କାରରେ ଭୁବନେଶ୍ୱର ଫେରୁଥିଲେ। କାରଟି ବାହାଣିଆ ଛକରେ ସ୍କୁଟିକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା। ଖବର ପାଇ ଗୋପ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝା ସୁଝା କରିଥିଲେ। ଅନ୍ୟ ପଟେ ଗୋପ ପୁଲିସ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories