www.samajalive.in
Saturday, December 13, 2025
14.1 C
Bhubaneswar

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ଡାଃ କମଳା ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନସେବାରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।


ଭୋଗରାଇ ପୂର୍ବତନ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ପରଲୋକ ଘଟିଛି । ସେ ଅନେକ ଦିନ ହେବ ଫୁସଫୁସ ସଂକ୍ରମଣରେ ପୀଡିତ ଥିଲେ। ତେବେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ସମୟରେ ଆଜି ତାଙ୍କର ପରଲୋକ ଘଟିଛି ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories