ଭୁବନେଶ୍ୱର : ନବୀନ ନିବାସରେ ଶୁକ୍ରବାର କଳାକାରଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି। ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ ଏବଂ ଗୀତିକାର ନବୀନ ନିବାସରେ ପହଞ୍ଚି ସାରିଛନ୍ତି। ହାସ୍ୟଅଭିନେତା ଏବଂ ୟୁଟ୍ୟୁବର ମଧ୍ୟ ପହଞ୍ଚିଛନ୍ତି।
ସ୍ୱରାଜ ବାରିକ, ଅମ୍ଳାନ ଦାସ, କମେଡିଆନ ଗୁଡୁ, ପପୁ, ଶଙ୍କର, ଭୂମିକା, ସମ୍ବିତ, ଲିପ୍ସା, ଦେବାଶିଷ, ନିକିତା ପହଞ୍ଚିଛନ୍ତି। ବିଜେଡି ପ୍ରଚାରରେ କଳାକାର ମାନେ ସାମିଲ ହେବେ। ସରକାରଙ୍କ ବିକାଶ କାର୍ଯ୍ୟ ଲୋକଙ୍କ ନିକଟକୁ ନେବେ। ଏନେଇ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଳାକାରଙ୍କ ଆଲୋଚନା ହୋଇଛି।



