www.samajalive.in
Sunday, December 7, 2025
13.1 C
Bhubaneswar

ଗୁଗୁଲ ସର୍ଚ୍ଚ: ଉଡ଼ିଗଲା ଆକାଉଣ୍ଟରୁ ୧ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ସାଧାରଣତଃ ଆପଣମାନେ କୌଣସି ପ୍ରଶ୍ନର ଉତ୍ତର ଖୋଜିବାକୁ ଗୁଗୁଲର ସହଯୋଗ ଲୋଡିଥା’ନ୍ତି। ଦିଲ୍ଲୀର ଜନୈକା ମହିଳା ଏଭଳି ଏକ ପ୍ରଶ୍ନର ଉତ୍ତର ଖୋଜିବାକୁ ଯାଇ ତାଙ୍କ ଆକାଉଣ୍ଟରୁ ୧ଲକ୍ଷ ଟଙ୍କା ଉଭାନ ହୋଇଯାଇଛି।
ପୂର୍ବ ଦିଲ୍ଲୀର ସୀମାପୁରୀ ଅଞ୍ଚଳର ଜନୈକା ମହିଳାଙ୍କ ସାମାନ୍ୟ ଭୁଲ୍‍ ତାଙ୍କ ଆକାଉଣ୍ଟରୁ ୧ଲକ୍ଷ ଟଙ୍କା ଲୁଟ୍‍ ହେବାର ମାଧ୍ୟମ ପାଲଟିଛି। ଆଜିକାଲି ସାଇବର କ୍ରାଇମ ଅନଲାଇନର ସମସ୍ତ ବ୍ୟବସ୍ଥା ମଧ୍ୟରେ ଲୁଚି ରହିଥିବାବେଳେ ଲୋକଙ୍କୁ ଲୁଟିବା ପାଇଁ ନିୟମିତ ନୂଆନୂଆ ଯୋଜନା କାର୍ଯ୍ୟକାରୀ କରିବାରେ ଲାଗିଛି। ଏହି ଲୁଟରେ ଗୁଗୁଲର କୌଣସି ଭୂମିକା ନଥିଲେ ମଧ୍ୟ ଗୁଗୁଲର ସେବାକୁ ଭ୍ରମିତ କରି ଅପରାଧୀ ଲୋକଙ୍କୁ ଏଭଳି ଠକିବାରେ ଲାଗିଛନ୍ତି।
ପିଡ଼ୀତା ମହିଳା ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ। ମହିଳାଙ୍କ ଇ-ୱାଲେଟରେ ଥିବା ଏକ ତ୍ରୁଟିକୁ ସୁଧାରିବା ପାଇଁ ମହିଳା ଜଣଙ୍କ ଉକ୍ତ ଆପ୍‍ ର ଗ୍ରାହକ ସେବା ନମ୍ବର ଖୋଜିବାକୁ ଗୁଗୁଲର ସହଯୋଗ ନେଇଥିଲେ। ଗୁଗୁଲରେ ଯେଉଁ ନମ୍ବର ମିଳିଲା ସେହି ନମ୍ବରରେ ମହିଳା ଜଣକ ଫୋନ୍‍ କରି ନିଜ ସମସ୍ୟା ସମ୍ପର୍କରେ ଜଣାଇ ଥିଲେ। ଫୋନର ଅପରପାଶ୍ୱର୍ରେ ଥିବା ବ୍ୟକ୍ତିଜଣକ ମଧ୍ୟ ନିଜକୁ ଗ୍ରାହକ ସେବା କେନ୍ଦ୍ରର ପ୍ରତିନିଧି ଭାବେ ପରିଚୟ ନେଇ ମହିଳାଙ୍କ ଏଟିଏମ୍‍ କାର୍ଡ଼ର ତଥ୍ୟ ନେଇ ତାଙ୍କ ଆକାଉଣ୍ଟରୁ ୧ଲକ୍ଷ ଟଙ୍କା ଲୁଟି ନେଇଥିଲେ।
ପରେ ଏହି ଘଟଣାରେ ତଦନ୍ତ କରାଯିବା ପରେ ଗୁଗୁଲ ସର୍ଚ୍ଚରେ ଦୃଶ୍ୟମାନ ହେଉଥିବା ଏହି ନମ୍ବର କୌଣସି ଗ୍ରାହକ ସେବା କେନ୍ଦ୍ରର ନୁହେଁ ବରଂ କୌଣସି ଅଜ୍ଞାତ ଲୁଟେରାର ନମ୍ବର ବୋଲି ଜଣା ପଡ଼ିଥିଲା। ମହିଳା ଉକ୍ତ ବ୍ୟକ୍ତିଙ୍କୁ ଗ୍ରାହକ ସେବା କେନ୍ଦ୍ରର ପ୍ରତିନିଧି ଭାବି ନେଇ ତାଙ୍କ କାର୍ଡ଼ ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ କରି ଥିବାରୁ ଏହି ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ଅନୁରୂପ ଘଟଣା ମୁମ୍ବଇରେ ମଧ୍ୟ ଘଟିଥିଲା। ସାଇବର ଅପରାଧୀମାନେ ଇପିଏଫଓ କାର୍ଯ୍ୟାଳୟର ନମ୍ବର ବଦଳାଇ ଏକାଧିକ ଗ୍ରାହକଙ୍କୁ ଠକି ନେଇଥିଲେ। ଗୁଗୁଲ ଓ ଗୁଗୁଲ ମେପ୍ସରେ ନମ୍ବର ପରିବର୍ତ୍ତନ କରିବାର ବ୍ୟବସ୍ଥା ରହିଛି। ଏଥିରେ ଯେକୌଣସି ଉପଭୋକ୍ତା କୌଣସି ବ୍ୟାଙ୍କ୍‍ କିମ୍ବା କାର୍ଯ୍ୟାଳୟର ନମ୍ବର ବଦଳାଇବାର ବ୍ୟବସ୍ଥା ରହିଛି। ଗୁଗୁଲ ଏହି ବ୍ୟବସ୍ଥା ସମୟାନୁକ୍ରମେ ବଦଳୁଥିବା ପରିବର୍ତ୍ତନକୁ ବଦଳାଇବା ପାଇଁ କାର୍ଯ୍ୟକାରୀ କରିଥିବାବେଳେ ସାଇବର ଅପରାଧୀ ଏହାକୁ ନିଜ ଠକେଇ କାର୍ଯ୍ୟରେ ବ୍ୟାପକ ଭାବେ ବ୍ୟବହୃତ କରୁଛନ୍ତି। ତେଣୁ ଆପଣ ଆଗାମୀ ଦିନରେ ଗୁଗୁଲଠାରୁ ମିଳୁଥିବା କୌଣସି ନମ୍ବର ସମ୍ପୂର୍ଣ୍ଣ ସଠିକ ଏପରି ଭାବିବା ପୂର୍ବରୁ ଜାଞ୍ଚ କରିବାର ଆବଶ୍ୟକତା ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories