www.samajalive.in
Saturday, December 13, 2025
26.1 C
Bhubaneswar

ସାରା ଦେଶରେ ଚାର୍ଜିଂ ଷ୍ଟେସନ ନିର୍ମାଣ କରିବ ଟାଟା ଗ୍ରୁପ୍

ନୂଆଦିଲ୍ଲୀ : ଟାଟା ଗ୍ରୁପ୍ ଖୁବ୍ ଶୀଘ୍ର ସାରା ଦେଶରେ ଚାର୍ଜିଂ ଷ୍ଟେସନ ନିର୍ମାଣ କରିବା ପାଇଁ ଯୋଜନା କରୁଛି । ଏହି ଯୋଜନା ପାଇଁ ଟାଟା ଗ୍ରୁପର କମ୍ପାନୀ ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡ୍(ଟିପିଇଏମ୍) ନିକଟରେ ଶେଲ ଇଣ୍ଡିଆ ମାର୍କେଟ୍ସ ପ୍ରାଇଭେଟ୍ ଲିମିଟେଡ୍ ସହ ଏକ ଏମଓୟୁ ହସ୍ତାକ୍ଷର କରିଛି ।

ଉଭୟ କମ୍ପାନୀ ମିଶି ଇଲେକ୍ଟ୍ରିକ୍ ଗାଡିର ରେଞ୍ଜ ଏବଂ ଚାର୍ଜିଂ ସମ୍ପର୍କିତ ସମସ୍ୟାର ସମାଧାନ କରିବେ । ତେବେ ବର୍ତ୍ତମାନ ଇଭି ବିକ୍ରି କମ୍ ହେବାର ମୂଳ କାରଣ ଚାର୍ଜିଂ ଷ୍ଟେସନର ସମସ୍ୟା । ଉଭୟ କମ୍ପାନୀଙ୍କ ମଧ୍ୟରେ ଏହି ପାର୍ଟନରସିପ୍ ଫଳରେ ଶେଲର ସାରା ଦେଶରେ ଥିବା ଫ୍ୟୁଲ ଷ୍ଟେସନ ନେଟଓ୍ବର୍କ ଏବଂ ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ପାଖରେ ଭାରତୀୟ ରାସ୍ତାରେ ଦୌଡୁଥିବା ଟାଟାର ୧.୪ ଲକ୍ଷ ଇଲେକ୍ଟ୍ରିକ୍ ଗାଡି ତଥ୍ୟ ଅନୁସାରେ ଚାର୍ଜିଂ ଷ୍ଟେସନ ବିଛାଯିବ । ଟାଟା କମ୍ପାନୀର କହିବାନୁସାରେ ଯେଉଁଠିକି ଟାଟା ଇଲେକ୍ଟ୍ରିକ୍ ଗାଡିର ମାଲିକ ବାରମ୍ବାର ଯାଉଥିବେ ସେଠାରେ ଚାର୍ଜିଂ ଷ୍ଟେସନ ନିର୍ମାଣ କରାଯିବ ।

ଏଲନ ମସ୍କଙ୍କ ସହ ହାତ ମିଳାଇବେ ମୁକେଶ ଅମ୍ବାନୀ, ଭାରତରେ ନିର୍ମାଣ ହେବ ଟେସଲା କାର୍

- Advertisement -

ଇଲେକ୍ଟ୍ରିକ୍ ପାସେଞ୍ଜର ଗାଡି ମାମଲାରେ ମାର୍କେଟର ୭୧ ପ୍ରତିଶତ ଭାଗିଦାରୀ ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ପାଖରେ ରହିଛି । କମ୍ପାନୀ ଗୁରୁଗ୍ରାମରେ ନିଜ ପ୍ରଥମ ଇଭି ଏକ୍ସଲୁସିଭ୍ ଷ୍ଟୋର ନେଇଆସିଛି । କମ୍ପାନୀ ସାରା ଦେଶରେ ଚାର୍ଜିଂ ଷ୍ଟେସନ ନିର୍ମାଣ ପାଇଁ ଅନେକ ଚାର୍ଜ ପଏଣ୍ଟ ପରିଚାଳକଙ୍କ ସହ ମିଶି କାମ କରିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories