www.samajalive.in
Monday, December 8, 2025
27.1 C
Bhubaneswar

ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଡେସ୍କ: ଶାସକ ତୃଣମୂଳ କଂଗ୍ରେସର ସ୍ଥାନୀୟ ନେତାଙ୍କ ବିରୋଧରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ଏବଂ ଜମି ହଡ଼ପ ଅଭିଯୋଗ ଆଣିଥିବା ସନ୍ଦେଶଖାଲି ମାମଲାର ସିବିଆଇ ତଦନ୍ତ ପାଇଁ କୋଲକାତା ହାଇକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି।ଏଥି ସହ ଚାଷ ଜମିକୁ ବେଆଇନ ଭାବେ ମତ୍ସ୍ୟଚାଷ ପାଇଁ ରୂପାନ୍ତରିତ କରିବା ପ୍ରସଙ୍ଗରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।

ଗେଲ ଖେଳିବା ପସନ୍ଦ ନ ଥିଲା ବୋଲି ଶଳାକୁ କାମୁଡିଲେ ଭିଣୋଇ

- Advertisement -

ଆଜିର ରାୟ ଶୁଣାଇ କୋର୍ଟ କହିଛନ୍ତି, ସନ୍ଦେଶଖାଲିରେ ମାମଲାର ଜଟିଳତାକୁ ଦୃଷ୍ଟିରେ ରଖି ନିରପେକ୍ଷ ତଦନ୍ତ ହେବାରେ କୌଣସି ସନ୍ଦେହ ନାହିଁ। ଆମର ମତ ହେଉଛି, ତଦନ୍ତ ପାଇଁ ଯେଉଁ ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଛି, ତାକୁ ରାଜ୍ୟ ସରକାର ଉପଯୁକ୍ତ ସମର୍ଥନ ଦେବା ଦରକାର। ଅଭିଯୋଗ ଗ୍ରହଣ ପାଇଁ ଏକ ପୋର୍ଟାଲ/ଇମେଲ୍ ଆଇଡି ଆରମ୍ଭ କରାଯିବ। ଜିଲ୍ଲାପାଳ ଏହାର ବ୍ୟାପକ ପ୍ରଚାର ପାଇଁ ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି।

ପୁଣି ​ବିବାଦର କେନ୍ଦ୍ରବିନ୍ଦୁ – ଦ କେରଳ ଷ୍ଟୋରୀ

ସିବିଆଇ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବା ସହ ଜମି ଜବରଦଖଲ ଘଟଣାର ତଦନ୍ତ କରିବ। ସାଧାରଣ ଲୋକ, ସରକାରୀ ବିଭାଗ, ବେସରକାରୀ ଅନୁଷ୍ଠାନ (ଏନଜିଓ) ଇତ୍ୟାଦି ସମେତ ଯେ କୌଣସି ବ୍ୟକ୍ତିଙ୍କୁ ପଚରାଉଚରା କରିବାର କ୍ଷମତା ଏଜେନ୍ସି ପାଖରେ ରହିବ।

କୋର୍ଟ ପୂରା ମାମଲା ଉପରେ ତୀକ୍ଷ୍ଣ ନଜର ରଖିବେ। ୧୫ ଦିନ ମଧ୍ୟରେ ପ୍ରାଥମିକତା ଭିତ୍ତିରେ ସିସିଟିଭି କ୍ୟାମେରା ଲଗାଯିବ। ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ ମଧ୍ୟ ଲଗାଯିବ। ଆବଶ୍ୟକ ମୁତାବକ ପାଣ୍ଠି ରାଜ୍ୟ ସରକାର ଦେବେ ବୋଲି କୋର୍ଟ କହିଛନ୍ତି। ଏଥି ସହ ମାମଲାର ଶୁଣାଣି ମେ’ ୨ତାରିଖକୁ ଧାର୍ଯ୍ୟ କରାଯାଇଛି।

୭୫ କିଲୋ ଉଠାଇଲା ୯ ବର୍ଷର ନାବାଳିକା, ଭିଡିଓ ଭାଇରାଲ

ପଶ୍ଚିମବଙ୍ଗରେ ରାସନ ବଣ୍ଟନ ଦୁର୍ନୀତି ମାମଲାରେ ନିଲମ୍ବିତ ତୃଣମୂଳ ନେତା ଶେଖ ଶାହାଜାହାନଙ୍କ ବାସଭବନରେ ଚଢ଼ାଉ କରିବାକୁ ଯାଇଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ଏକ ଟିମ୍ ଉପରେ ଆକ୍ରମଣ ପରେ ସନ୍ଦେଶଖାଲି ଚର୍ଚ୍ଚାରେ ରହିଛି। ନିକଟରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିଠାରେ ଶାସକ ତୃଣମୂଳ କଂଗ୍ରେସର ସ୍ଥାନୀୟ ନେତାଙ୍କ ବିରୋଧରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ଏବଂ ଜମି ହଡ଼ପ ଅଭିଯୋଗ ଆସିଥିଲା।

ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀଙ୍କୁ ଆକ୍ରମଣ ମାମଲାରେ ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଯୌନ ନିର୍ଯାତନା ଓ ଜମି ଜବରଦଖଲ ଅଭିଯୋଗର ମୁଖ୍ୟ ଅଭିଯୁକ୍ତ ଶେଖ ଶାହାଜାହାନଙ୍କୁ ଗତ ଫେବ୍ରୁଆରି ୨୯ ତାରିଖରେ ବେଙ୍ଗଲ ପୁଲିସ ଗିରଫ କରିଥିଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories