www.samajalive.in
Monday, December 8, 2025
14.1 C
Bhubaneswar

୮ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ଚାଲିବ ଏହି ଇଲେକ୍ଟ୍ରିକ୍ ବାଇକ୍, ୮ ବର୍ଷର ଓ୍ବାରେଣ୍ଟି ଦେବ କମ୍ପାନୀ

ନୂଆଦିଲ୍ଲୀ : ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ନିର୍ମାଣ କରୁଥିବା କମ୍ପାନୀ ଅଲ୍ଟ୍ରାଭାଓଲେଟ୍ ଅଟୋମେଟିଭ୍ ଏଫ୭୭ ଇଲେକ୍ଟ୍ରିକ୍ ମୋଟରସାଇକେଲର ବ୍ୟାଟେରୀ ଏବଂ ଡ୍ରାଇଭଟ୍ରେନ୍ ଉପରେ ଓ୍ବାରେଣ୍ଟି ଘୋଷଣା କରିଛି ।  ଏଣିକି ଅଲ୍ଟ୍ରାଭାଓଲେଟ୍ ଏଫ୭୭ ୮ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ବୈଶିକ ଓ୍ବାରେଣ୍ଟି ସହିତ ଉପଲବ୍ଧ ହେବ । ନୂଆ ଓ୍ବାରେଣ୍ଟି ୩ ମଡେଲ ଯଥା ୟୁଭି କେୟାର, ୟୁଭି କେୟାର ପ୍ଲସ୍ ଏବଂ ୟୁଭି କେୟାର ମ୍ୟାକ୍ସରେ ଉପଲବ୍ଧ ହେବ ।

ଗାଡ଼ି ପାଇଁ ପ୍ରଦୂଷଣ ପ୍ରମାଣପତ୍ର ଗୁରୁତ୍ୱପୂର୍ଣ୍ଣ; ଘରେ ବସି ଅନ୍‌ଲାଇନ୍‌ ଯାଞ୍ଚ ସହ ଏମିତି କରନ୍ତୁ ଡାଉନ୍‌ଲୋଡ୍‌

- Advertisement -

ଅଲ୍ଟ୍ରାଭାଓଲେଟ୍ ଏଫ୭୭ରେ ୩ ବର୍ଷ ବା ୩୦ ହଜାର କିଲୋମିଟର ପର୍ଯ୍ୟନ୍ତ ମାନକ ଓ୍ବାରେଣ୍ଟି ମିଳେ । ତେବେ ୟୁଭି କେୟାର ମଡେଲରେ ୩ ବର୍ଷ ବା ୬୦ ହଜାର କିଲୋମିଟର  ଏବଂ ୟୁଭି କେୟାର ପ୍ଲସରେ ୫ ବର୍ଷ ବା ଲକ୍ଷେ କିଲୋମିଟର ପର୍ଯ୍ୟନ୍ତ ଓ୍ବାରେଣ୍ଟିକୁ ବଢାଇ ଦିଆଯାଇଛି । ତେବେ ୟୁଭି କେୟାର ମ୍ୟାକ୍ସରେ ୮  ଲକ୍ଷ କିଲୋମିଟର ବା ୮ ବର୍ଷର କଭରେଜ୍ ମିଳିବ । କମ୍ପାନୀ କହିଛି କି ବାରମ୍ବାର ପରୀକ୍ଷଣ ପରେ କମ୍ପାନୀ ଗାଡିରେ ଏହି ସୁବିଧା ଆଣିଛି ଏବଂ ଗ୍ରାହକଙ୍କୁ ଏହାର ଫାଇଦା ମିଳିବ । ଦାମ୍ କଥା କହିବା ତ ଏହି ଗାଡିର ଦାମ୍ ୩ ଲକ୍ଷ ୮୦ ହଜାର ଟଙ୍କାରୁ ଆରମ୍ଭ ହୋଇ ୫ ଲକ୍ଷ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇଥାଏ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories