www.samajalive.in
Thursday, December 11, 2025
15.1 C
Bhubaneswar

ଗୃହରେ ରଖନ୍ତୁ ପେଙ୍ଗସୁଇ ହସ୍ତୀ, ମିଳିବ ଶୁଭଫଳ


ହାତୀର ମହତ୍ତ୍ୱ ଖୁବ ଅଧିକ। ପୂର୍ବସମୟରେ ହାତୀରେ ରାଜାମାନେ ବିରାଜମାନ ହୋଇ ବିଭିନ୍ନ ସ୍ଥାନକୁ ଯାଉଥିଲେ। ବର୍ତ୍ତମାନ ସମୟରେ ମଧ୍ୟ ଏହା ବହୁ ଧାର୍ମିକ ଓ ଶୁଭ କାର୍ଯ୍ୟରେ ଏହାର ବ୍ୟବହାର ହୋଇଥାଏ। ଶାସ୍ତ୍ରରେ ମାନ୍ୟତା ରହିଛି ଯେ, ସ୍ୱପ୍ନରେ ହାତୀ ଦେଖିଲେ, ଆପଣ ଭବିଷ୍ୟତରେ ଉଚ୍ଚ ପଦ, ପ୍ରତିଷ୍ଠା ମିଳିଥାଏ। ପେଙ୍ଗସୁଇ ମଧ୍ୟ ହାତୀର ମହତ୍ତ୍ୱକୁ ସ୍ୱୀକାର କରି ଏହାକୁ ଏକ ପ୍ରଭାବଶାଳୀ ତଥା ସୌଭାଗ୍ୟ, ସଫଳତାର ହାତୀ ବୋଲି କୁହାଯାଇଥାଏ। ଏହା ଛଡ଼ା ଏହାର ସମ୍ବନ୍ଧ ଇଚ୍ଛାଶକ୍ତି, ଦୀର୍ଘାୟୁ, ସନ୍ତାନ ପ୍ରାପ୍ତି, କ୍ଷମତାରେ ବୃଦ୍ଧି ଓ ପ୍ରତିଷ୍ଠା ସହ ମଧ୍ୟ ଜଡ଼ିତ। ଏହି ପ୍ରଚଳିତ କାରଣରୁ ଏହା ମହତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଗୃହରେ ଏହାକୁ ସ୍ଥାପନ କରିବାର କାରଣ….
ମୁଖ୍ୟ କଥା ହେଉଛି ଏହାକୁ ଗୃହର ଭିନ୍ନ ଭିନ୍ନ ସ୍ଥାନରେ ରଖିବା ଦ୍ୱାରା ବିଭିନ୍ନ ଶୁଭ ଫଳ ପ୍ରାପ୍ତି ହୋଇଥାଏ। କାରଣ ଘରର ଭିନ୍ନ ଦିଗ ବିଭିନ୍ନ ପ୍ରଭାବ ଦେଇଥାଏ।
ପେଙ୍ଗସୁଇ ହାତୀକୁ ଆପଣ ଘରର ଯେଉଁ ଦିଗରେ ରଖିବେ ତାହା ସେହି ଦିଗର ସକରାତ୍ମକ ଶକ୍ତିକୁ ବଢାଇ ଦେଇଥାଏ।
ପେଙ୍ଗସୁଇ ହାତୀକୁ କିମ୍ବା ଏହି ହାତୀର ଯୋଡ଼ାକୁ ଗୃହର ମୁଖ୍ୟ ଦ୍ୱାରରେ ସ୍ଥାପନ କରିବା ଦ୍ୱାରା ଏହା ପରିବାରର ସଦସ୍ୟଙ୍କ ସୁରକ୍ଷା କରିଥାଏ।
ଘରର ମୁଖ୍ୟ ଦ୍ୱାରରେ ଶୁଣ୍ଢ ଉପରକୁ ହୋଇଥିବା ପେଙ୍ଗସୁଇ ହାତୀକୁ ରଖିବା ଦ୍ୱାରା ସୌଭାଗ୍ୟ, ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ।
ଘରର ମୁଖ୍ୟ ଦ୍ୱାରରେ ଶୁଣ୍ଢ ତଳକୁ ହୋଇଥିବା ପେଙ୍ଗସୁଇ ହାତୀକୁ ରଖିବା ଦ୍ୱାରା ଏହା ଦୀର୍ଘାୟୁର ପ୍ରତୀକ ହୋଇଥାଏ।
ପେଙ୍ଗସୁଇ ହାତୀର ଶୁଣ୍ଢ ଉପର ଓ ସମ୍ମୁଖ ଭାଗକୁ ହୋଇଥିଲେ ଏହା ଜୀବନରେ ଖୁସି ବଢାଇଥାଏ।
ପେଙ୍ଗସୁଇର ଯୁଗଳ ହାତୀକୁ ଶୋଇବା କକ୍ଷରେ ରଖିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
ଗୃହରେ ପେଙ୍ଗସୁଇ ହାତୀର ମା’ ଓ ଶିଶୁର ମୂର୍ତ୍ତିକୁ ରଖିବା ଦ୍ୱାରା ସନ୍ତାନଙ୍କ ମଧ୍ୟରେ ମଧୁର ସଂପର୍କ ସର୍ବଦା ରହିଥାଏ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories