www.samajalive.in
Saturday, December 6, 2025
15.1 C
Bhubaneswar

ଭାରତର ଗାଁ ବି ଆମ କରାଚୀଠୁ ଉନ୍ନତ.. ଭାରତର ପ୍ରଶଂସାରେ ଶତମୁଖ ପାକିସ୍ତାନୀ ଯୁବକ

ଇସଲାମାବାଦ: ପାକିସ୍ତାନର ବାସିନ୍ଦା ମୋମିନ ୟଜଦାନୀ ଭାରତକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ମୋମିନ ୟଜଦାନୀ କିଛିଦିନ ପୂର୍ବରୁ ଭାରତ ଆସିଥିଲ, ସେ ପ୍ରଥମ ଥର ପାଇଁ ଭାରତ ଆସିଥିଲେ। ତେବେ ଜଣେ ପାକିସ୍ତାନୀ ଭାବେ ତାଙ୍କ ମନରେ ଭାରତକୁ ନେଇ ଅନେକ ସନ୍ଦେହ ଥିଲା, କିନ୍ତୁ ସେ ଆସିବା ପରେ ତାଙ୍କର ଏହି ସନ୍ଦେହ କୁଆଡ଼େ ଉଭାନ୍ ହୋଇଯାଇଥିଲା। ସେ ଭାରତରେ ଏକ ଚମତ୍କାର ପରିବେଶ ପାଇଲେ ଏବଂ ତାଙ୍କୁ ସ୍ୱାଗତ କରାଯାଇଥିଲା। ମୋମିନ ୟଜଦାନୀ ପାକିସ୍ତାନୀ ୟୁଟ୍ୟୁବର୍ ସନା ଅମଜାଦଙ୍କ ସହ ଆଲୋଚନା ସମୟରେ କହିଛନ୍ତି ଯେ, ପାକିସ୍ତାନ ଅପେକ୍ଷା ବହୁ ଗୁଣାରେ ଭଲ ପରିବେଶ ମୁଁ ଭାରତରେ ପାଇଲି।

ମୋମିନ କହିଛନ୍ତି, ‘ମୋ ପତ୍ନୀଙ୍କ ସମ୍ପର୍କୀୟମାନେ ଭାରତରେ ରୁହନ୍ତି, ସେମାନଙ୍କୁ ଭେଟିବାକୁ ଆମେ ଯାଇଥିଲୁ। ଯିବା ପୂର୍ବରୁ ଘର ଲୋକମାନେ ସାମାନ୍ୟ ଚିନ୍ତିତ ଥିଲେ। ସେମାନେ ଭାବିଲେ ବୋଧହୁଏ ସେଠାରେ କିଛି ଅସୁବିଧା ହୋଇପାରେ। ଆମେ ସ୍ଥିର କଲୁ ଯାହା ବି ହେଉ ଆମେ ଭାରତ ଯିବୁ। ଆମେ ମଧ୍ୟ ଭାବୁଥିଲୁ ଯେ ଏହା କିପରି ହେବ କିନ୍ତୁ ଯେତେବେଳେ ଆମେ ସେଠାକୁ ଗଲୁ, ସେତେବେଳେ ଟିଭିରେ ଯାହା ଦେଖୁ ସେଠାରେ ସବୁକିଛି ତାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଲୋକମାନେ ଆମକୁ ବହୁତ ଭଲ ଭାବରେ ଗ୍ରହଣ କଲେ। ଏହି ସମୟ ମଧ୍ୟରେ ଆମକୁ ଏମିକି କିଛି ବି ଜଣାପଡ଼ିଲା ନାହିଁ ଯେ ଆମେ ପାକିସ୍ତାନରୁ ଆସିଛୁ।

- Advertisement -

ମୋମିନ ଆହୁରି କହିଛନ୍ତି ଯେ, ଆମେ ରହୁଥିବା ହୋଟେଲରେ ସମସ୍ତେ ହିନ୍ଦୁ ଥିଲେ। ଯେତେବେଳେ ମୁଁ ଜଣେ ବ୍ୟକ୍ତିଙ୍କୁ ନମାଜ ପଢିବା ପାଇଁ ଜାନମାଜ ମାଗିଲି, ସେତେବେଳେ ତାଙ୍କ ପାଖରେ ତାହା ନଥିଲା। ଏହାପରେ ସଙ୍ଗେସଙ୍ଗେ ନମାଜ ପଢିବାକୁ ସେ ଆମକୁ ଏକ ପରିଷ୍କାର କପଡ଼ା ଆଣି ଦେଇଥିଲେ। ସେ କହିଛନ୍ତି ଯେ, ଆମେ କିଛି ମନ୍ଦିରରେ ମଧ୍ୟ ଦର୍ଶନ କରିଛୁ। ଆମେ ସେମାନଙ୍କୁ କହିଥିଲୁ ଯେ ଆମେ ପାକିସ୍ତାନରୁ ଆସିଛୁ ଏବଂ ଅଧିକ ସ୍ଥାନ ଦେଖିବାକୁ ଚାହୁଁଛୁ। ସେମାନେ ଆମକୁ ବହୁତ ଆନନ୍ଦରେ ସ୍ୱାଗତ କଲେ ଏବଂ ଆମକୁ ମନ୍ଦିର ବୁଲାଇଥିଲେ। ମୋମିନ ଭାରତର ବିକାଶକୁ ମଧ୍ୟ ପ୍ରଶଂସା କରିଛନ୍ତି। ମୋମିନ କହିଛନ୍ତି ଯେ, କରାଚୀ ପରି ସହର ଅପେକ୍ଷା ଭାରତର ଗ୍ରାମ ଉନ୍ନତ। ଭାରତରେ ଚୋରି ଭଳି ଘଟଣା ନାହିଁ, ଲୋକମାନେ ବହୁତ ଶିକ୍ଷିତ। ଭାରତରେ ମହିଳାମାନେ ମଧ୍ୟ କାମ କରନ୍ତି, ଯାହା ପାକିସ୍ତାନରେ କମ୍। ମୋମିନ ଭାରତରେ ଖାଦ୍ୟକୁ ବହୁତ ପ୍ରଶଂସା କରିଛନ୍ତି। ଲୋକମାନେ ରାଜନୈତିକ ସ୍ତରରେ ମଧ୍ୟ ଏତେଟା ବିଭାଜିତ ନୁହଁନ୍ତି, ଯାହା ମୋତେ ବହୁତ ଭଲ ଲାଗିଲା।

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories