www.samajalive.in
Saturday, December 13, 2025
21.1 C
Bhubaneswar

ରାଜନୀତିକୁ ଆସିବା ଚର୍ଚ୍ଚାରେ ଜାଣନ୍ତୁ କଣ ଉତ୍ତର ଦେଲେ ସଞ୍ଜୟ

ନୂଆଦିଲ୍ଲୀ: ବଲିଉଡ ତାରକା ସଞ୍ଜୟ ଦତ୍ତ ରାଜନୀତିରେ ଯୋଗ ଦେବା ସହ ଏଥର ଲୋକସଭା ନିର୍ବାଚନ ଲଢିବେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିଲା। ହେଲେ ଏବେ ନିଜେ ସଞ୍ଜୟ ଦତ୍ତ ଏହାକୁ ଖଣ୍ଡନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ ସଞ୍ଜୟ କହିଛନ୍ତି ଯେ ରାଜନୀତିରେ ଯୋଗ ଦେବାକୁ ତାଙ୍କର କୌଣସି ଇଚ୍ଛା ନାହିଁ। ନିର୍ବାଚନ ଲଢିବେ ବୋଲି ଯେଉଁ ଚର୍ଚ୍ଚା ଚାଲିଛି ତାହା ଗୁଜବ। ପ୍ରଶଂସକମାନେ ଏହାକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ସଞ୍ଜୟ କହିଛନ୍ତି। ଭବିଷ୍ୟତରେ ଯଦି ରାଜନୀତିରେ ଯୋଗ ଦେବାକୁ ନିଷ୍ପତି ନିଅନ୍ତି ତେବେ ନିଜେ ସମସ୍ତଙ୍କୁ ଅବଗତ କରାଇବେ। ସୂଚନା ଅନୁସାରେ ସଞ୍ଜୟ ଦତ୍ତଙ୍କ ବାପା ସୁନୀଲ ଦତ୍ତ ଏକାଧିକବାର ସାଂସଦ ରହିଥିଲେ। ବାପାଙ୍କ ପଥ ଅନୁସରଣ କରି ସଞ୍ଜୟ କଂଗ୍ରେସରୁ ପ୍ରାର୍ଥୀ ହୋଇ ହରିୟାଣାର କରନାଲ୍‌‌ ଆସନରୁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଜୋରଦାର ହେଉଥିଲା।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories