www.samajalive.in
Friday, December 5, 2025
20.1 C
Bhubaneswar

ଜୟଲଳିତାଙ୍କ ହସ୍ପିଟାଲ୍‍ ଖାଦ୍ୟ ଖର୍ଚ୍ଚ ୧.୧୭ କୋଟି ଟଙ୍କା


ଚେନ୍ନାଇ: ତାମିଲନାଡ଼ୁର ଦିବଂଗତ ମୁଖ୍ୟମନ୍ତ୍ରୀ ଜୟଲଳିତା ଡାକ୍ତରଖାନାରେ ଥିବା ବେଳେ କେବଳ ଖାଦ୍ୟପେୟ ବାବଦକୁ ଖର୍ଚ୍ଚ ହୋଇଛି ୧.୧୭ କୋଟି ଟଙ୍କା। ଜୟଲଳିତା ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲ୍‍ରେ ୭୫ ଦିନ ରହିଥିଲେ। ହସ୍ପିଟାଲ୍‍ ପକ୍ଷରୁ ଜୟଲଳିତାଙ୍କ ସମୁଦାୟ ଚିକିତ୍ସା ସେବା ଖର୍ଚ୍ଚ ବାବଦକୁ ୬.୮୫ କୋଟି ଟଙ୍କା ଦାବି କରାଯାଇଛି।
ଜୟଲଳିତାଙ୍କ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ତାହାର ତଦନ୍ତ ପାଇଁ ଜଷ୍ଟିସ୍‍ ଏ ଅରୁମୁଘାସ୍ୱାମୀଙ୍କ ଅଧ୍ୟକ୍ଷତାରେ କମିଶନ୍‍ ଗଠିତ ହୋଇଛି। କମିଶନ୍‍ଙ୍କୁ ଆପୋଲୋ ହସ୍ପିଟାଲ୍‍ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ଖର୍ଚ୍ଚ ବାବଦ ବିଲ୍‍କୁ ତିନି ଭାଗରେ ବିଭକ୍ତ କରାଯାଇଛି। ଜୟଲଳିତାଙ୍କ ପାଇଁ ଉଦ୍ଦିଷ୍ଟ କ୍ୟାବିନ୍‍ ଭଡ଼ା ବାବଦରେ ୨୪.୧ ଲକ୍ଷ ଟଙ୍କାର ବିଲ୍‍ କରାଯାଇଥିବା ବେଳେ ତାଙ୍କ ସହାୟକଙ୍କ କ୍ୟାବିନ୍‍ ଭଡ଼ା ବାବଦରେ ୧.୨୪ କୋଟି ଟଙ୍କାର ବିଲ୍‍ ହୋଇଛି। ସହାୟକଙ୍କ ମଧ୍ୟରେ ଶଶିକଳା ଅଧିକ ଦିନ କ୍ୟାବିନରେ ରହିଥିବା ଜଣାପଡ଼ିଛି। ଆପୋଲୋ ହସ୍ପିଟାଲ୍‍ର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଖାଦ୍ୟ ବାବଦ ବିଲ୍‍ରେ ଜୟଲଳିତାଙ୍କ ସମେତ ତାଙ୍କ ଦେଖାଶୁଣା ପାଇଁ ନିୟୋଜିତ ଅଧିକାରୀ, ଦଳୀୟ କର୍ମୀ, ମନ୍ତ୍ରୀ ସୁରକ୍ଷା କର୍ମୀମାନଙ୍କ ଖାଦ୍ୟପାନୀୟ ଖର୍ଚ୍ଚ ସାମିଲ ଅଛି। ଏତଦ୍‍ବ୍ୟତୀତ ସିଙ୍ଗାପୁର ସ୍ଥିତ ମାଉଣ୍ଟ ଏଲିଜାବେଥ୍‍ ହସ୍ପିଟାଲ୍‍ରେ ଜୟଲଳିତାଙ୍କ ଫିଜିଓଥେରାପି ବାବଦରେ ଖର୍ଚ୍ଚ ହୋଇଛି ୧.୨୯ କୋଟି ଟଙ୍କା। ମୋଟ ଖର୍ଚ୍ଚରୁ ଏଆଇଏଡିଏମ୍‍କେ ପକ୍ଷରୁ ୬ କୋଟି ଟଙ୍କା ଦିଆଯାଇଥିବା ବେଳେ ଆହୁରି ୪୪.୫୬ ଲକ୍ଷ ଟଙ୍କା ବାକି ରହିଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories