www.samajalive.in
Saturday, December 13, 2025
21.1 C
Bhubaneswar

ନିର୍ବାଚନ ଭଣ୍ଡୁର କରିବାକୁ ଚୀନ୍‌ର ଚକ୍ରାନ୍ତ

ନୂଆଦିଲ୍ଲୀ: ଚଳିତମାସ ୧୯ରୁ ଲୋକସଭା ସମେତ ଚାରି ବିଧାନସଭା ନିର୍ବାଚନ ପାଇଁ ଭେଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମଗ୍ର ଦେଶରେ ରାଜନୈତିକ ଗତିବିଧି ବେଶ ଚଳଚଞ୍ଚଳ ହୋଇଉଠିଛି। ତେବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅର୍ଥାତ କୃତ୍ରିମ ବୁଦ୍ଧିମତା (ଏଆଇ) ଜରିଆରେ ଭାରତରେ ନିର୍ବାଚନ ଭଣ୍ଡୁର କରିବାକୁ ଚୀନ୍‌ ଚକ୍ରାନ୍ତ ଚଳାଇଛି ବୋଲି ଜଣାପଡିଛି। ଗତମାସରେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଭାରତ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ଅବସରରେ ଏହି ସୂଚନା ପ୍ରଦାନ କରିଛନ୍ତି। ଇଂରାଜୀ ଓ ମାଣ୍ଡାରିନ୍‌ ଭାଷାରେ ଏଆଇ ଆଧାରିତ ଭିଡିଓ ଓ ଅଡିଓ ପ୍ରସ୍ତୁତ କରି ଏହା ଭାରତରେ ବିଶୃଙ୍ଖଳା ସୃଷ୍ଟି ଷଡ଼ଯନ୍ତ୍ର ଚଳାଇଥିବା ମାଇକ୍ରୋସଫ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ମ୍ୟାଁମାରରେ ବିଶୃଙ୍ଖଳା ପାଇଁ ଭାରତ ଓ ଆମେରିକା ଦାୟୀ ବୋଲି ଦର୍ଶାଇ ଚୀନ୍‌ ଏଭଳି ଷଡ଼ଯନ୍ତ୍ର ଚଳାଇଛି।

ଚଳିତବର୍ଷ ଭାରତ ସମେତ ୬୪ ରାଷ୍ଟ୍ରରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଉତ୍ତର କୋରିଆ ସହାୟତାରେ ଚୀନରେ ସକ୍ରିୟ ଥିବା ସାଇବର ଗୋଷ୍ଠୀ ଏଆଇ କାରିଗରୀକୌଶଳକୁ ଆଧାର କରି ନିର୍ବାଚନ ଭଣ୍ଡୁର ଉଦ୍ୟମ କରୁଛନ୍ତି ବୋଲି ଗେଟ୍‌ସ କହିଛନ୍ତି। ଚୀନ୍‌ ଇତିପୂର୍ବରୁ ତାଇୱାନ ନିର୍ବାଚନରେ ଏଭଳି ଯୋଜନାକୁ ପରୀକ୍ଷାମୂଳକଭାବେ କାର୍ଯ୍ୟକାରୀ କରିସାରିଛି। ସାମାଜିକ ଗଣମାଧ୍ୟମରେ ନିଜ ସ୍ବାର୍ଥ ସାଧନ କରିପାରୁଥିବା ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ଯୋଗାଡ କରିବାକୁ ଏଆଇ କାରିଗରୀକୌଶଳର ସହାୟତା ନିଆଯାଇପାରେ ବୋଲି ଆଶଙ୍କା ଉପୁଜିଛି। ପ୍ରଚାର ଉଦ୍ଦେଶ୍ୟରେ ବିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ସାମାଜିକ ଗଣମାଧ୍ୟମରେ ବିଜ୍ଞାପନ ଦେଉଛନ୍ତି। ତେଣୁ ଏଭଳି ବିଜ୍ଞାପନର ବିଷୟବସ୍ତୁ ପରିବର୍ତ୍ତନ କରିବା ସହ ଡିପ୍‌ଫେକ୍‌ ଜରିଆରେ ଭୋଟରଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରାଯାଇପାରେ। ଯଦି ଏଭଳି କାର୍ଯ୍ୟ ଉପରେ ସତର୍କ ଦୃଷ୍ଟି ରଖାନଯାଏ, ତେବେ ସ୍ଥିତି ଉଦ୍‌ବେଗଜନକ ହୋଇପାରେ ବୋଲି କୁହାଯାଇଛି। ତାଇୱାନ ନିର୍ବାଚନରେ ଚୀନ୍‌ର ‘ଷ୍ଟର୍ମ ୧୩୭୬’ ଗ୍ରୁପ୍‌ ଏଭଳି ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରିଥିଲା ବୋଲି ଗେଟ୍‌ସ ସୂଚନା ଦେଇଛନ୍ତି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories