www.samajalive.in
Sunday, December 14, 2025
26.1 C
Bhubaneswar

ଭତ୍ତା ଟଙ୍କା ଆଣିବାକୁ ନାତିର ଅଭିନବ ପ୍ରୟାସ, ଖଟରେ ଚକ ଲଗାଇ ଜେଜେମା’ଙ୍କୁ ନେଲେ ୨୨ କିମି

ରାୟଗଡ଼ା: ଅସହାୟ ବୃଦ୍ଧବୃଦ୍ଧାଙ୍କ ପାଇଁ ଘରେ ନେଇ ଭତ୍ତା ଟଙ୍କା ଦେବାର ବିଭିନ୍ନ ବ୍ୟବସ୍ଥା ରହିଥିବା ବେଳେ ତାହା ବିଫଳ ହୋଇଛି। ଭତ୍ତା ଟଙ୍କା ଉଠାଇବା ପାଇଁ ଟିପଚିହ୍ନର ଆବଶ୍ୟକତା ଥିବାରୁ ଖଟରେ ଚକ ଲଗାଇ ଅସୁସ୍ଥ ଜେଜେମା’ଙ୍କୁ ବସାଇ ୨୨ କିମି ଦୂରରେ ଥିବା ବ୍ୟାଙ୍କକୁ ଆଣିବା ନାତିର ପ୍ରୟାସ ଚର୍ଚ୍ଚାର ବିଷୟ ହୋଇଛି। ଏପରି ଚିତ୍ର ରାୟଗଡ଼ା ଜିଲା ସୀମାନ୍ତ ଆନ୍ଧ୍ର ପ୍ରଦେଶ ଚେରେନ୍‌ପାଲ୍ଲୀ ଗଁାରେ ଦେଖିବାକୁ ମିଳିଛି। ଉକ୍ତ ଗଁାର ଶିବ ମ।ଣ୍ଡ।ଙ୍ଗିଙ୍କ କାର୍ଯ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି।

ଭତ୍ତା ଟଙ୍କା ଉଠାଇବାକୁ ହେଲେ ଜେଜେମା’ଙ୍କ ଟିପଚିହ୍ନ ଆବଶ୍ୟକ ବୋଲି ବ୍ୟାଙ୍କ ଶାଖା ପରିଚାଳକ କହିଥିଲେ। ଦେହ ଅସୁସ୍ଥ ଥିବାରୁ ଶିବଙ୍କ ଜେଜେମା’ ଖଟିଆରେ ପଡ଼ି ରହିଥିଲେ। ଜେଜେମା’ଙ୍କୁ ନେଇ ନାତିଙ୍କ ଚିନ୍ତା ଘାରିଥିଲା। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ବ୍ୟାଙ୍କକୁ ନେବା ପାଇଁ କାର୍‌ ଭଡ଼ା ୫ ହଜାରରୁ ଅଧିକ ଦେବାକୁ ପଡ଼ିବ ବୋଲି ଚାଳକ ଦାବି କରିଥିଲେ। ଯାହା ଶିବଙ୍କ ପକ୍ଷେ ସମ୍ଭବ ନ ଥିଲା।

- Advertisement -

ଏନେଇ ଶିବ ଅଭିନବ ଉପାୟ ଚିନ୍ତା କରିଥିଲେ। ଜେଜେମା’ ଶୋଇ ରହିଥିବା ଖଟରେ ପୁରୁଣା ସ୍କୁଟର ଚକ୍‌କୁ ଯୋଡ଼ି ଥିଲେ। ପରେ ନିଜ ମୋଟରସାଇକଲ ପଛରେ ଦଉଡ଼ି ଦ୍ବାରା ଉକ୍ତ ଖଟକୁ ବାନ୍ଧି ସେଥିରେ ଜେଜେମା’ଙ୍କୁ ବସାଇ ୨୨ କିଲୋମିଟର ଟାଣି ଟାଣି କୁରୁପମସ୍ଥିତ ବ୍ୟାଙ୍କ ନିକଟକୁ ଆଣିଥିଲେ। ପରେ ବ୍ୟାଙ୍କରୁ ଭତ୍ତା ଟଙ୍କା ୨୦ ହଜାର ଉଠାଇଥିଲେ। ଶିବଙ୍କ ଏପରି କାର୍ଯ୍ୟ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories