www.samajalive.in
Sunday, December 14, 2025
15.1 C
Bhubaneswar

 ପଣିକିଆରେ ଭୋଟର ସଚେତନତା 

ମାଲକାନଗିରି : ପଣିକିଆରେ ଭୋଟର ସଚେତନତା ଗୀତରେ କଣ୍ଠ ଦେଲେ ନାବାଳିକା ଦୁଇ ଭଉଣୀ । ପଣିକିଆ ଗାଇ ସମସ୍ତଙ୍କ ମନ ଜିଣିଥିବା ପ୍ରୀତି ସୁଲଗ୍ନା ଓ ଶ୍ରୁତି ସୁଲଗ୍ନାଙ୍କ  ‘୧୧କ ପଣିକିଆରେ ଭୋଟର ସଚେତନତା’ ଗୀତ  ମାଲକାନଗିରି ଜିଲା ପରିଷଦ ସମ୍ମୀଳନୀ କକ୍ଷରେ ଜିଲାପାଳ  ସଚିନ୍ ପାୱାର ଏବଂ ମୁଖ୍ୟ ଶାସନ ସଚିବ  ପ୍ରଦୀପ ଜେନାଙ୍କ ସମେତ ନିର୍ବାଚନ ଅଧିକାରୀ ମାଲକାନଗିରି ଦ୍ବାରା ଉନ୍ମୋଚନ କରାଯାଇଛି। ଓସେପାର ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା ଏହି ସଚେତନ ଧର୍ମି ଗୀତର ଛନ୍ଦ ରଚନା କରିଥିବା ବେଳେ, ନିର୍ଦେଶନା ଦେଇଛନ୍ତି ସଙ୍ଗୀତ ଶିକ୍ଷକ କୁରେଶ ଚନ୍ଦ୍ର ସାହୁ ।
ସୂଚନା ଅନୁଯାୟୀ ଏହି ଗୀତର କଣ୍ଠଶିଳ୍ପୀ ଶ୍ରୁତି ସୁଲଗ୍ନା ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାଙ୍ଗୁରୁକୋଣ୍ଡା, କାଲିମେଳାରେ ଅଷ୍ଟମ ଶ୍ରେଣୀ  ପଢୁଥିବା ବେଳେ ପ୍ରୀତ ସୁଲଗ୍ନା, ରାଧା ମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟ, ଦଶପଲ୍ଲା, ନୟାଗଡ଼ରେ ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି । ପିତା କୁରେଶ ଚନ୍ଦ୍ର ସାହୁ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାଙ୍ଗୁରୁକୋଣ୍ଡା, କାଲିମେଳା ମାଲକାନଗିରିରେ ସଙ୍ଗୀତ ଶିକ୍ଷକ ଥିବାବେଳେ ମାତା ଶୁଭଶ୍ରୀ ସନମ୍ ଦାଶ ରାଧା ମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟ, ଦଶପଲ୍ଲା, ନୟାଗଡ଼ରେ ସଙ୍ଗୀତ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ।
ପଣିକିଆ ଭାଇରାଲ ଗାର୍ଲ୍ ଭାବେ ପରିଚିତ ଏହି ଦୁଇ ଭଉଣୀ ନିଜର ପ୍ରତିଟି ପଣିକିଆ ଗୀତରେ ସବୁବେଳେ ସମାଜକୁ ଦେଇଥାନ୍ତି ଅନେକ ସଚେତନ ବାର୍ତ୍ତା । ବାପା ମାଆଙ୍କ କହିବା କଥା, ଦୁଇ ଶିଶୁ ଙ୍କୁ ୧୮ ବର୍ଷ ନହୋଇ ମଧ୍ୟ, ଭାରତୀୟ ନିର୍ବାଚନ, ଆମ ଗଣତନ୍ତ୍ରର ଏକ ମହାନ୍ ପର୍ବ ବୋଲି ସେମାନେ ଏବେଠୁ ବୁଝି ଯାଇଛନ୍ତି । ୨୦୨୪ ନିର୍ବାଚନରେ ମତଦାତାଙ୍କ ସଂଖ୍ୟା ବୃଦ୍ଧି କରାଇବା ପାଇଁ, ଉଚିତ୍ ପ୍ରାର୍ଥୀ ଚୟନ, ଭୋଟର ମୂଲ୍ୟ ଅମୂଲ,  ଇତ୍ୟାଦି ସମସ୍ତ କଥାକୁ ୧୧କ ପଣିକିଆ ମାଧ୍ୟମରେ ବଣ୍ଡା ଆଦିବାସୀ ଅଞ୍ଚଳର ବରିଷ୍ଠ ନାଗରିକ, ମହିଳା ଓ ଯୁବ ଭୋଟର ମାନଙ୍କୁ ପ୍ରୀତି ଓଶ୍ରୁତି ବୁଝାଉ ଛନ୍ତି । ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟର ମୂଲ୍ୟ  ଭୋଟରମାନଙ୍କୁ ବୁଝାଇବା କେବଳ ସରକାରୀ କଳ କିମ୍ଵା ପ୍ରଶାସନର ଦାୟିତ୍ଵ ନୁହେଁ, ସମସ୍ତ ନାଗରିକଙ୍କ କର୍ତ୍ତବ୍ୟ ମଧ୍ୟ ବୋଲି ଶ୍ରୁତି କୁହନ୍ତି । ତେବେ କେବଳ ରାଜ୍ୟ ନୁହେଁ, ଆମ ଦେଶର ମଙ୍ଗଳ ପାଇଁ ପ୍ରୀତି ଏଵଂ ଶ୍ରୁତି ମାଲକାନଗିରି ର ପାରମ୍ପରିକ ବେଶ ପୋଷାକରେ ସଜେଇ ହେଇ, ପଣିକିଆ ମାଧ୍ୟମରେ ଭୋଟର ମାନଙ୍କୁ ସଚେତନ କରି ଆଦର୍ଶ ଛାତ୍ରୀର ପରିଚୟ ସୃଷ୍ଟି କରିପାରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories