www.samajalive.in
Friday, December 5, 2025
20.1 C
Bhubaneswar

ବାର୍ଷିକ ଆୟ-ବ୍ୟୟ ହିସାବ ଦେଇ ନାହିଁ କଂଗ୍ରେସ

ନୂଆଦିଲ୍ଲୀ: ସମ୍ପ୍ରତି ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ସଫଳତା ପରେ ମଧ୍ୟ କଂଗ୍ରେସ ପୁଣି ଥରେ ତା’ର କାର୍ଯ୍ୟପନ୍ଥାକୁ ନେଇ ସମାଲୋଚନାର ଶିକାର ହୋଇଛି। ୫ଟି ରାଜ୍ୟ ମଧ୍ୟରୁ କଂଗ୍ରେସ ୩ଟି ରାଜ୍ୟରେ ସରକାର ଗଢିଛି। ନିର୍ବାଚନ ପୂର୍ବରୁ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ରାଫେଲ ଡିଲରେ ଦୁର୍ନୀତି, ବିମୁଦ୍ରାୟନରେ ଭ୍ରଷ୍ଟାଚାର, ଦେଶର ପ୍ରମୁଖ ଉଦ୍ୟୋଗପତିଙ୍କ ସହ ମେଣ୍ଟ ପରି ଏକାଧିକ ଅଭିଯୋଗ କରିଥିଲା। ତେବେ ଏହାର ଠିକ୍‍ ବିପରୀତ ପରିସ୍ଥିତି ନିର୍ବାଚନ ପରେ ଦୃଶ୍ୟମାନ ହୋଇଛି। ୨୦୧୭-୧୮ବର୍ଷ ପାଇଁ ନିର୍ବାଚନ ଆୟୋଗ ପାଖରେ କଂଗ୍ରେସ ଅଦ୍ୟାବଧି ଖର୍ଚ୍ଚ ସମ୍ପର୍କିତ ରିପୋର୍ଟ ଦାଖଲ କରି ନାହିଁ। ଅନ୍ୟାନ୍ୟ ଦଳଗୁଡ଼ିକ ଦ୍ୱାରା ଦାଖଲ ହୋଇଥିବା ରିପୋର୍ଟକୁ ତର୍ଜମା କଲେ ବିଜେପି ସର୍ବାଧିକ ଅର୍ଥ ଖର୍ଚ୍ଚ କରିଥିବା ପ୍ରମାଣିତ ହୋଇଛି।
ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ(ଏଡିଆର) ଦ୍ୱାରା ଜାରି ହୋଇଥିବା ନିର୍ବାଚନ ଆୟୋଗର ରିପୋର୍ଟରେ କଂଗ୍ରେସର ଆୟ-ବ୍ୟୟର ହିସାବ ନଥିବାବେଳେ ବିଜେପି ସର୍ବାଧିକ ଖର୍ଚ୍ଚ କରିଥିବା ଜଣା ପଡ଼ିଛି। ଭାରତୀୟ ନିର୍ବାଚନ ଆୟୋଗ ୧୯ନଭେମ୍ବର ୨୦୧୪ରେ ସମସ୍ତ ରାଜନୈତିକ ଦଳ ଅଧ୍ୟକ୍ଷଙ୍କୁ ଚିଠି ଲେଖି ସେମାନଙ୍କ ବାର୍ଷିକ ଆୟ-ବ୍ୟୟର ରିପୋର୍ଟ ପ୍ରଦାନ କରିବାକୁ ଅନିବାର୍ଯ୍ୟ ବୋଲି ନିର୍ଦେଶ ଦେଇଥିଲା। ଏହା ପରଠାରୁ ସମସ୍ତ ରାଜନୈତିକ ଦଳ ସେମାନଙ୍କ ବାର୍ଷିକ ଆୟ-ବ୍ୟୟ ରିପୋର୍ଟ ନିର୍ବାଚନ ଆୟୋଗରେ ଜମା କରୁଛନ୍ତି। ଚଳିତ ଅର୍ଥିକ ବର୍ଷର ଆୟ-ବ୍ୟୟ ସମ୍ପର୍କିତ ଖର୍ଚ୍ଚ ରିପୋର୍ଟ ଦାଖଲ କରିବାର ଶେଷ ତାରିଖ ୩୦ଅକ୍ଟୋବର ଥିଲା। ତେବେ ୧୭ଡିସେମ୍ବର ସୁଦ୍ଧା କଂଗ୍ରେସ ଏହି ରିପୋର୍ଟ ନିର୍ବାଚନ ଆୟୋଗରେ ଦାଖଲ କରି ନଥିବା ଏଡିଆର ରିପୋର୍ଟରୁ ଜଣା ପଡ଼ିଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories