www.samajalive.in
Monday, December 15, 2025
27.1 C
Bhubaneswar

ଶ୍ରାକୁଡି ଘାଟିକୁ ପକ୍କା ରାସ୍ତା ନିର୍ମାଣ ଦାବି, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଜାଜେଶ ପାଙ୍ଗା ପଞ୍ଚାୟତର ଶ୍ରାକୁଡି ଘାଟି ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ ଦାବି କରିଛନ୍ତି ଉପର ଦାମୀଙ୍ଗିଆ ଗ୍ରାମବାସୀ ସହ ଅଞ୍ଚଳର ୫ରୁ ଉର୍ଦ୍ଧ୍ବ ଗାଁର ଗ୍ରାମବାସୀ । ସୂଚନା ଅନୁସାରେ ଏଇ ଘାଟି ରାସ୍ତା ନିର୍ମାଣ ପାଇଁ ଏହି ଗ୍ରାମ ସମୂହ ଦୀର୍ଘ ଦିନ ଧରି ଦାବି କରିଆସୁଥିବାବେଳେ ଆଜି ପର୍ଯ୍ୟନ୍ତ ଘାଟି ରାସ୍ତା ନିର୍ମାଣ ହୋଇପାରିନାହିଁ । ବାରମ୍ବାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସହ ରାଜ ନେତାଙ୍କୁ ମଧ୍ୟ ରାସ୍ତା ନିର୍ମାଣ ପାଇଁ ଲିଖିତ ଭାବରେ ଜଣାଇଥିବାବେଳେ ଫୁଲବାଣୀ ବିଧାୟକ ଘାଟି ରାସ୍ତା ବୁଲିବା ସହ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

୫ ବର୍ଷ ବିତିଯାଇଥିଲେ ମଧ୍ୟ ଘାଟି ରାସ୍ତା ନିର୍ମାଣ ହୋଇ ନ ପାରିବାରୁ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ବାଧ୍ୟ ହୋଇ କିଛି ଦିନ ତଳେ ଘାଟି ରାସ୍ତା ନିର୍ମାଣ ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କୁ ଅଞ୍ଚଳବାସୀଙ୍କ ତରଫରୁ ଲିଖିତ ଭାବରେ ଆବେଦନପତ୍ର ଦିଆଯାଇଛି । ଫିରିଙ୍ଗିଆକୁ ଯାତାୟତ ପାଇଁ ପ୍ରାୟ ୨୨ କିଲୋମିଟର ଦୂର ହେଉଥିବାରୁ ଅଞ୍ଚଳବାସୀ ଏଇ ଘାଟି ଉପରେ ନିର୍ଭର କରନ୍ତି । ବାଲିଗୁଡା ଯିବାକୁ ହେଲେ ତେରରୁ ଚଉଦ କିଲୋମିଟର ଯିବାକୁ ପଡୁଥିବାରୁ ବାଧ୍ୟ ହୋଇ ଏହି ଘାଟି ଉପରେ ନିର୍ଭର କରୁଛନ୍ତି ଦାମୀଙ୍ଗିଆ, ଲଦଡ଼ି, ଇର୍ପି ପାଙ୍ଗା, ଜାଜେଶ ପଙ୍ଗା, ଭଳି ପ୍ରାୟ ୫ରୁ ଅଧିକ ଗାଁ ।

- Advertisement -

ତେବେ ଏହି ଘାଟି ରାସ୍ତାକୁ ତୁରନ୍ତ ନିର୍ମାଣ କରିବା ପାଇଁ ଅଞ୍ଚଳର ଗୋବିନ୍ଦ କହଁର, ପିଣ୍ଡିକ କହଁର, ସୁଦର୍ଶନ କହଁର, ଦଣ୍ଡ ପାଣି କହଁର,ପୂର୍ବତନ ସରପଞ୍ଚ ଗୁପ୍ତେଶ୍ୱର କହଁର,ରମା କାନ୍ତ କହଁର, ଜନେକ କହଁର, ରାଜୀବ କହଁର, ସଞ୍ଜୟ କହଁର ଓ ଅଞ୍ଚଳବାସୀ ଦାବି କରିଛନ୍ତି । ତେବେ ରାସ୍ତା ନିର୍ମାଣ ନହେଲେ ଆଗାମୀ ୨୦୨୪ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତି ନେଇଥିବା ମଧ୍ୟ ଧମକ ଦେଇଛନ୍ତି ଅଞ୍ଚଳବାସୀ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories